କନକ ବ୍ୟୁରୋ: ଦିଲ୍ଲୀ ମଙ୍ଗଳପୁରୀରେ ବିଜେପି ନେତାଙ୍କ ସହ ତାଙ୍କ ପତ୍ନୀ ଓ ପୁଅ ଉପରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ଫଳରେ ଗୁରୁତର ଅବସ୍ଥାରେ ସେମାନଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଅନ୍ୟପଟେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି ।

Advertisment

ପୁଲିସ ପ୍ରାଥମିକ ତଦନ୍ତ ମୁତାବକ, ରବିବାର ବିଳମ୍ବିତ ରାତିରେ ୧୨ରୁ ୧୩ ଜଣ ବ୍ୟକ୍ତି ବିଜେପି ନେତା ନରେଶ ଉଜାଲାଙ୍କ ଘରକୁ ଧସେଇ ପଶିଥିଲେ ଏବଂ ଲାଠି ଓ ଧାରୁଆ ଅସ୍ତ୍ରରେ ନରେଶ ଉଜାଲାଙ୍କ ସହ ତାଙ୍କ ପତ୍ନୀ ଓ ପୁଅକୁ ଆକ୍ରମଣ କରିଥିଲେ । ନରେଶଙ୍କ ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବାରୁ ତାଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତଙ୍କୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ନରେଶଙ୍କ ସହ ତାଙ୍କ ପତ୍ନୀ ଓ ପୁଅଙ୍କ ଅବସ୍ଥା ମଧ୍ୟ ଶଙ୍କଟାପନ୍ନ ଥିବା କୁହାଯାଉଛି । ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏଭଳି ଆକ୍ରମଣ କରାଯାଇଥିବା ସୂଚନା ରହିଛି । ଆକ୍ରମଣ ପରେ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିବାବେଳେ ୨ ଜଣଙ୍କୁ ଗିରଫ କରି ପୁଲିସ ଜେରା କରିଛି ।