କନକ ବ୍ୟୁରୋ : ଦିଲ୍ଲୀ ବିଜେପି ଅଧ୍ୟକ୍ଷ ଓ ସାଂସଦ ମନୋଜ ତିୱାରୀଙ୍କ ବାସଭବନ ଉପରେ ଆକ୍ରମଣ । ଗତକାଲି ବିଳମ୍ବିତ ରାତ୍ରିରେ ମନୋଜଙ୍କ ସରକାରୀ ବାସଭବନ ଉପରେ ଆକ୍ରମଣ ହୋଇଛି । ପାଖାପାଖି ୧୦ରୁ ଅଧିକ ଲୋକ ତାଙ୍କ ଘର ଉପରେ ଆକ୍ରମଣ କରିଥିବା ଟ୍ୱିଟ୍ କରି ସୂଚନା ଦେଇଛନ୍ତି ମନୋଜ । ତେବେ ଆକ୍ରମଣ ସମୟରେ ମନୋଜ ଘରେ ଉପସ୍ଥିତ ନଥିବା କହିଛନ୍ତି ।
ଏହି ଆକ୍ରମଣରେ ଦୁର୍ବୃତଙ୍କ ସହ ପୁଲିସର ସଂପୃକ୍ତି ଥିବା ସେ ଆଶଙ୍କା କରୁଛନ୍ତି । ତେବେ ଆକ୍ରମଣ ସମୟର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପ୍ରଥମେ ଘର ଭିତରକୁ ଦୁର୍ବୃତମାନେ ଧସେଇ ପଶିଥିଲେ ଓ ସେଠାରେ ମୁତୟନ ଥିବା କର୍ମଚାରୀଙ୍କୁ ମାଡ଼ ମାରିଥିଲେ । ଏହି ଘଟଣାରେ ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ ଅଧିକାରୀ କହିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/05/vlcsnap-2017-05-01-08h38m58s698.png)