ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ହୋଇଛି ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ବିଚାରପତିଙ୍କ ସମ୍ମିଳନୀ । ଏଥିରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ବିଚାରପତିଙ୍କ ସହ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ମିଳନୀକୁ ସମ୍ବେଧିତ କରି ଦେଶର ବିଚାର ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ତାଙ୍କ ସରକାର ଉଦ୍ୟମ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସେହିପରି ସମ୍ମିଳନୀ ଅବସରରେ ରାଜ୍ୟରେ ଦାବି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହାଇକୋର୍ଟରେ ଖାଲିଥିବା ୮ଟି ବିଚାରପତି ପଦ ଶୀଘ୍ର ପୁରୁଣ ପାଇଁ ନବୀନ ଦାବି କରିଛନ୍ତି । ଏଥିସହ ୨୦୧୪ରୁ କେନ୍ଦ୍ରୀୟ ଅନୁଦାନ ବନ୍ଦ ଥିବାରୁ ବିଚାର ବିଭାଗୀୟ କେନ୍ଦ୍ରୀୟ ଅନୁଦାନ ଶୀଘ୍ର ପ୍ରଦାନ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିକଟରେ ଦାବି ଜଣାଇଥିବା କହିଛନ୍ତି ନବୀନ ।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us