କନକ ବ୍ୟୁରୋ: ଆଇପିଏଲର ହାଇଭୋଲଟେଜ ମ୍ୟାଚରେ ଚେନ୍ନାଇକୁ ୨୦ ରନରେ ହରାଇଲା ଦିଲ୍ଲୀ । ରିଷବ ପନ୍ତ, ଡେଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୯୧ ରନ ଟାର୍ଗେଟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ୩୫ ବଲରୁ ୫୨ ରନ କରିବା ସହ ଚଳିତ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ମାରିଥିଲେ ପନ୍ତ । ୧୯୨ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ପ୍ରାରମ୍ଭରୁ ଦୁଇ ଓପନର ଋତୁରାଜ ଗାଇକ୍ୱାଡ୍ ଏବଂ ରଚିନ ରବୀନ୍ଦ୍ରଙ୍କୁ ହରାଇଥିଲା । ପରେ ଆଜିଙ୍କ୍ୟ ରାହାଣେ ୪୫ ରନର ଇନିସ ଖେଳିଥିଲେ । ହେଲେ ଅନ୍ୟ କୌଣସି ଖେଳଳୀ ଭଲ ପଦର୍ଶନ କରିନପାରିବାକୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।
କିନ୍ତୁ ଶେଷ ଆଡକୁ ଦମଦାର ବ୍ୟାଟିଂ କରି ଦର୍ଶକଙ୍କ ମନ ଜିଣିଥିଲେ ମହେନ୍ଦ୍ର ସିଂ ଧୋନୀ । ପ୍ରଥମ ଥର ପାଇଁ ଚଳିତ ଆଇପିଏଲରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ମାତ୍ର ୧୬ ବଲରୁ ୪ ଚୌକା, ୩ ଛକା ସହ ୩୭ ରନ କରିଥିଲେ । କିନ୍ତୁ ଦଳକୁ ୨୦ ରନରେ ହାରିବାକୁ ପଡିଥିଲା । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ୨ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର ୩ ଟି ୱିକେଟ ନେଇଥିଲେ । ତେବେ ଆଜି ମୁମ୍ବାଇ-ରାଜସ୍ଥାନ ମଧ୍ୟରେ ହେବ ଟକ୍କର । ମୁମ୍ବାଇ ପ୍ରଥମ ଦୁଇ ମ୍ୟାଚ ହାରିଯାଇଥିବାରୁ ଆଜିର ମ୍ୟାଚ ଦଳ ପାଇଁ ଗୁରୁତ୍ୱ ବହନ କରୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/ipl.jpg)