ଅଟୋ ଡ୍ରାଇଭରଙ୍କ ଦେଶଭକ୍ତିକୁ ସଲାମ ! ପାକିସ୍ତାନଠୁ ପ୍ରତିଶୋଧ ପରେ ଯାତ୍ରୀଙ୍କୁ ମାଗଣାରେ କରାଇଲେ ଯାତ୍ରା ।

Advertisment
ଅଟୋ ଡ୍ରାଇଭରଙ୍କ ଦେଶଭକ୍ତିକୁ ସଲାମ ! ପାକିସ୍ତାନଠୁ ପ୍ରତିଶୋଧ ପରେ ଯାତ୍ରୀଙ୍କୁ ମାଗଣାରେ କରାଇଲେ ଯାତ୍ରା ।

image courtesy - www.latestly.com

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ସାରା ଦେଶ ପ୍ରତିଶୋଧର ନିଆଁରେ ଜଳୁଥିଲା । ତେବେ ୨୬ ଫେବୃଆରୀ ରାତି ୩ଟାରେ ଇଣ୍ଡିଆନ୍ ଏୟାର ଫୋର୍ସ ପାକିସ୍ତାନରେ ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ କରିବା ପରେ ଭାରତ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇଛି । ଆଉ ଏଥିପାଇଁ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିବା ବେଳେ, କିଛି ନିଆରା ଢଙ୍ଗରେ ଦେଶଭକ୍ତି ଜାହିର କରିଛନ୍ତି ଦିଲ୍ଲୀର ଜଣେ ଅଟୋ ଡ୍ରାଇଭର ।

ଦିଲ୍ଲୀର ଅଟୋ ଚାଳକ ମନୋଜ ମଙ୍ଗଳବାର ଭାରତୀୟ ବାୟୁସେନାର ସଫଳ ଆକ୍ରମଣ ବିଷୟରେ ଜାଣିବା ପରେ ଯାତ୍ରୀଙ୍କ ପାଇଁ ମାଗଣା ସେବା ଉପଲବ୍ଧ କରାଇଥିଲେ। ସେ ଯାତ୍ରୀଙ୍କ ଠାରୁ କୌଣସି ଭଡା ନନେଇ ସେମାନଙ୍କ ଗନ୍ତବ୍ୟସ୍ଥଳରେ ନେଇ ଛାଡ଼ିଥିଲେ। ସେ ତାଙ୍କ ଅଟୋ ପଛରେ ଏକ ବଡ଼ ବ୍ୟାନର ଲଗାଇଥିଲେ, ଯେଉଁଥିରେ ସେ ଲେଖିଥିଲେ, ‘ଫ୍ରି, ଫ୍ରି ,ଫ୍ରିଟ୍ଟପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେବା ପରେ ମୁଁ ଖୁସିରେ ଯାତ୍ରୀଙ୍କୁ ମାଗଣା ସେବା ଦେବି। ସହିଦଙ୍କୁ ସଲାମ୍, ସେନାଙ୍କୁ ପ୍ରମାଣ ଓ ମୋଦିଙ୍କୁ ଧନ୍ୟବାଦ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe