କନକ ବ୍ୟୁରୋ : ସରିଲା ଦିଲ୍ଲୀ ଭୋଟ୍ । ମତଦାନ ହାର ରହିଛି ୬୧.୫୦ ପ୍ରତିଶତ । ସେପଟେ ଏଗଜିଟ୍ ପୋଲ୍ ଆକଳନ କରୁଛି ଦିଲ୍ଲୀରେ ପୁଣି ସରକାର ଗଢିପାରେ ଆମ୍ ଆଦମୀ ପାର୍ଟି । ପୁଣି ଆସିପାରେ କେଜରିୱାଲ ସରକାର । ବିଧାନସଭା ଭୋଟ୍ ସରିବା ପରେ ଆସିଥିବା ଏଗଜିଟ୍ ପୋଲରେ ବିଭିନ୍ନ ସଂସ୍ଥା ନିଜ ନିଜ ବୁଥ୍ ବାହୁଡା ମତରେ ଆମ୍ ଆଦମୀ ପାର୍ଟିକୁ ଆଗରେ ରଖିଛନ୍ତି । ତେବେ ନଜର ପକାନ୍ତୁ କେଉଁ ଗଣମାଧ୍ୟମ କେଉଁ ଦଳକୁ ଦେଇଛି କେତେ ଆସନ?
ଟାଇମ୍ସ ନାଓ
ଟାଇମ୍ସ ନାଓର ବୁଥ୍ ବାହୁଡା ମତ ଅନୁସାରେ ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ନେତୃତ୍ୱାଧିନ ଆମ୍ ଆଦମୀ ପାର୍ଟିକୁ ୪୪ଟି ଆସନ ମିଳିପାରେ । ସେହିପରି ୨୬ଟି ଆସନରେ ବିଜୟୀ ହୋଇପାରେ ବିଜେପି । ସେପଟେ ଦିଲ୍ଲୀରେ ଶାସନରୁ ଦୂରେଇ ରହିଥିବା କଂଗ୍ରେସ, ଏଥର ମଧ୍ୟ ଖାତା ଖୋଲିପାରିବ ନାହିଁ ବୋଲି କହୁଛି ଟାଇମ୍ସର ବୁଥ୍ ବାହୁଡା ମତ ।
ରିପବଲିକ୍ ଟିଭି
ରିପବଲିକ୍ ଟିଭି ଓ ଜନ କି ବାତର ବୁଥ୍ ବାହୁଡା ମତ ଅନୁସାରେ ଆମ ଆଦମି ପାର୍ଟି ମାରିବ ବାଜି । ବୁଥ ବାହୁଡା ମତ ଅନୁସାରେ ଆପ୍ ୪୮ ରୁ ୬୧ଟି ଆସନ ଅକ୍ତିଆର କରିବ । ସେହିପରି ବିଜେପି ୯ରୁ ୨୧ଟି ଆସନ ପାଇବ । କଂଗ୍ରେସ ହାତକୁ ଗୋଟିଏ ଆସନ ଆସିପାରେ ବୋଲି ଏକଜିଟ୍ ପୋଲ ରିପୋର୍ଟରେ ପ୍ରକାଶ ପାଇଛି ।
ନ୍ୟୁଜ୍ ଏକ୍ସ ପକ୍ଷରୁ ହୋଇଥିବା ବୁଥ୍ ବାହୁଡା ମତରେ ମଧ୍ୟ ଆମ୍ ଆଦମୀ ପାର୍ଟି ଆଗରେ ରହିଛି । ଏହାର ଆକଳନ କହୁଛି ଆପ୍ ୫୦ରୁ ୫୬ ସିଟ୍ ପାଇବ । ବିଜେପିକୁ ୧୦ ରୁ ୧୪ ସିଟ୍ ମିଳିବା ସମ୍ଭାବନା ରହିଛି । ସେହିପରି କଂଗ୍ରେସକୁ ଗୋଟିଏ ବି ଆସନ ଦେଇନାହିଁ ନ୍ୟୁଜ୍ ଏକ୍ସର ଏଗଜିଟ୍ ପୋଲ୍ ।
ଇଣ୍ଡିଆ ନ୍ୟୁଜ୍
ଇଣ୍ଡିଆ ନ୍ୟୁଜର ବୁଥ୍ ବାହୁଡା ମତ କହୁଛି ଦିଲ୍ଲୀରେ ଆପ୍ ୫୩ ରୁ ୫୭ଟି ସିଟ୍ ପାଇବ । ସେହିପରି ୧୧ରୁ ୧୭ ସିଟ୍ ପାଇପାରେ ବିଜେପି । ସେହିପରି କଂଗ୍ରେସକୁ ୨ ଟି ସିଟ୍ ମିଳିବା ସମ୍ଭାବନା ରହିଛି ।
ଜନ କୀ ବାତ୍
ଅନ୍ୟ ସଂସ୍ଥା ଭଳି ଜନ କୀ ବାତ୍ କରିଥିବା ଏଗଜିଟ୍ ପୋଲରେ ଆମ୍ ଆଦମୀ ପାର୍ଟି ୪୮ରୁ ୬୧ଟି ଆସନ ମିଳିପାରେ । ଦ୍ୱିତୀୟରେ ରହିବ ବିଜେପି । ୯ରୁ ୨୧ସିଟ୍ ପାଇପାରେ ବିଜେପି । କଂଗ୍ରେସକୁ ଅତିବେଶୀରେ ଗୋଟିଏ ସିଟ୍ ମିଳିପାରେ ।
ଇଣ୍ଡିଆ ଟିଭି
ଇଣ୍ଡିଆ ଟିଭି କରିଥିବା ଏଗଜିଟ୍ ପୋଲରେ ମଧ୍ୟ ଆମ ଆଦମୀ ପାର୍ଟି ଆଗରେ ରହିଛି । ଆପକୁ ସର୍ବାଧିକ ୪୪ଟି ଆସନ ମିଳିବା ନେଇ ଇଣ୍ଡିଆ ଟିଭି ଆକଳନ କରିଥିବା ବେଳେ ବିଜେପି ୨୬ ଟି ସିଟ୍ ପାଇବା ସମ୍ଭାବନା ରହିଛି । କଂଗ୍ରେସକୁ ଇଣ୍ଡିଆ ଟିଭି ଗୋଟିଏ ବି ଆସନ ଦେଇନାହିଁ ।
ଟିଭି ୯
ଟିଭି ନାଇନ ବୁଥ୍ ବାହୁଡା ମତରେ ଆମ୍ ଆଦମୀ ପାର୍ଟିକୁ ୫୪ଟି ସିଟ୍ ମିଳିଛି । ଫଳରେ ଆକଳନ ଅନୁସାରେ ଦିଲ୍ଲୀରେ ପୁଣି ସରକାର ଗଢିିପାରେ ଆପ୍ । ବିଜେପିକୁ ୧୫ଟି ସିଟ୍ ଦେଇଛି ଟିଭି ନାଇନ୍ । କଂଗ୍ରେସକୁ ଗୋଟିଏ ସିଟ୍ ମିଳିବ ବୋଲି ଆକଳନ କରିଛି ଟିଭି ନାଇନ୍ ।
ଇଣ୍ଡିଆ ଟୁଡେ
ଇଣ୍ଡିଆ ଟୁଡେ ମଧ୍ୟ ଦିଲ୍ଲୀରେ ପୁଣିଥରେ ଆପ୍ ସରକାର ଗଢିବ ବୋଲି ଆକଳନ କରିଛି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ୫୯ ରୁ ୬୮ଟି ସିଟ୍ ଜିତିପାରେ । ସେହିପରି ବିଜେପିକୁ ୨ରୁ ୧୧ଟି ସିଟ୍ ମିଳିବା ସମ୍ଭାବନା ରହିଛି । କଂଗ୍ରେସ ଖାତାରେ ଗୋଟିଏ ବି ସିଟ୍ ଦେଇନାହିଁ ଇଣ୍ଡିଆ ଟୁଡେ ।
ତେବେ ଆସନ୍ତା ୧୧ କୁ ଅପେକ୍ଷା ରହିଛି । ଗଣମାଧ୍ୟମ ଆକଳନ କରିଥିବା ସଂଖ୍ୟା କେତେ ଦୂର ସଠିକ ହେଉଛି ।