ନାମାଙ୍କନ ପତ୍ର ଦାଖଲ କରିବାକୁ ଅପେକ୍ଷା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍ : ଟ୍ୱିଟ୍ କରି କହିଲେ ,ମୋ ଟୋକନ୍ ନମ୍ବର ୪୫ ।

144

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ୍ କେଜରିୱାଲ୍ ଆପ୍ ପ୍ରାର୍ଥୀ ରୁପେ ନିଜ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଅପେକ୍ଷାରତ ଅଛନ୍ତି । କିଛି ସମୟ ପୂର୍ବରୁ ସେ ଟ୍ୱିଟ୍ କରି କହିଥିଲେ , ମୁଁ ମୋ ନାମାଙ୍କନ ଦାଖଲ କରିବା ପାଇଁ ଅପେକ୍ଷା କରିଛି । ମୋ ନମ୍ବର ୪୫ ରହିଛି । ଏଠାରେ ଅନେକ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବା ପାଇଁ ଅପେକ୍ଷା କରିଛନ୍ତି । ମୋତେ ଖୁବ୍ ଖୁସି ଲାଗୁଛି ଯେ ଏତେ ସଂଖ୍ୟକ ଲୋକ ଗଣତାନ୍ତ୍ରୀକ ପ୍ରକ୍ରିୟାରେ ଅଂଶ ଗ୍ରହଣ କରୁଛନ୍ତି । କେଜରିୱାଲ୍ ନୂଆଦିଲ୍ଲୀ ବିଧାନସଭା ସିଟ୍ ପାଇଁ ଲଗାତାର ୩ ୟ ଥର ପାଇଁ ସେ ନାମାଙ୍କନ ଦାଖଲ କରିବା ପାଇଁ ଆସିଛନ୍ତି । ନାମାଙ୍କନ ଦାଖଲ କରିବା ପୂର୍ବରୁ ସେ କହିଥିଲେ ସବୁ ଦଳଙ୍କ ଗୋଟିଏ ଉଦ୍ଦେଶ୍ୟ ରହିଛି କିଭଳି କେଜରିୱାଲ୍ କୁ ଶାସନରୁ ହଟାଯାଏ! ଅନ୍ୟପକ୍ଷରେ ମୋର ଗୋଟିଏ ହିଁ ଉଦ୍ଦେଶ୍ୟ ରହିଛି କିଭଳି ଦିଲ୍ଲୀର ସ୍କୁଲ୍ ଏବଂ ହସ୍ପିଟାଲକୁ ଠିକ୍ କରାଯାଏ । ଏହାପୂର୍ବରୁ ସୋମବାର ସେ ନିଜ ନାମାଙ୍କନ ପତ୍ର ଦାଖଲ କରିପାରିନଥିଲେ ।

କେଜରିୱାଲ୍ ଙ୍କ ବିପକ୍ଷରେ ବିଜେପିରୁ ସୁନୀଲ୍ ଯାଦବ ଏବଂ କଂଗ୍ରେସରୁ ରୋମେଶ୍ ସଭରୱାଲ୍ ମଇଦାନକୁ ଓହ୍ଲାଇଛନ୍ତି । ଲୋକଙ୍କ କହିବାନୁସାର , କେଜରିୱାଲ୍ ଙ୍କ ଭଳି ପ୍ରାର୍ଥୀଙ୍କ ଆଗରେ ବିଜେପି ଏବଂ କଂଗ୍ରେସର ପ୍ରାର୍ଥୀ ଦୁର୍ବଳ ରହିଛନ୍ତି । ତେବେ ଆପଣଙ୍କୁ କହିରଖୁଛୁ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଅନ୍ତିମ ତାରିଖ ହେଉଛି ୨୧ ଜାନୁଆରୀ ।