ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟି (ଆପ୍) ର ବିଜୟ ହୋଇଛି । ବିଜୟ ପରେ ସେଲିବ୍ରେସନ୍ କରିଥିଲା ପାର୍ଟି । ଏଥିମଧ୍ୟରେ ମଙ୍ଗଳବାର ମହରୋଲୀ ବିଧାୟକ ନରେଶ୍ ଯାଦବଙ୍କ ପ୍ରଦର୍ଶନରେ ଅଜଣା ଦୁବୃତ୍ତ ଅଚାନକ ଗୁଳି ଚଳାଇଥିଲେ । ଗୁଳି ମାଡରେ ଆପର ଜଣେ ସ୍ୱେଚ୍ଛାସେବୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।
ଆପର ବିଧାୟକ ନରେଶ ଯାଦବ ଦକ୍ଷିଣ ପଶ୍ଚିମ ଦିଲ୍ଲୀର କିଶନଗଡ ଗାଁରେ ନିଜ ସମର୍ଥକମାନଙ୍କ ସହିତ ମନ୍ଦିରରୁ ପୂଜା ସାରି ଫେରୁଥିଲେ । ଏହି ସମୟରେ ପ୍ରାୟ ୭ ରାଉଣ୍ଡ ଫାୟାରିଂ ହୋଇଥିଲା । ଆପ୍ ସାଂସଦ ସଞ୍ଜୟ ସିଂହ ଏନେଇ ଟ୍ୱିଟ୍ କରି ଖବର ଦେଇଛନ୍ତି । ମୃତ ସ୍ୱେଚ୍ଛାସେବୀଙ୍କ ନାଁ ସେ ଅଶୋକ ମାନ୍ ବୋଲି ସୂଚନା ଦେଇଛନ୍ତି ।
ଦିଲ୍ଲୀ ପୋଲିସ୍ ମୁତାବକ , ଘଟଣାସ୍ଥଳରୁ ୬ ରୁ ୭ ଟି ଗୁଳିର ଖାଲି ଖୋଳ ମିଳିଛି । ପୋଲିସ୍ ଏନେଇ ଜାଞ୍ଚ୍ ଆରମ୍ଭ କରିଦେଇଛି । ବିଧାୟକ ନରେଶ୍ ଯାଦବଙ୍କ କହିବାନୁସାରେ , “ ଏହା ଖୁବ୍ ଦୁର୍ଭାଗ୍ୟଜନକ ଏବଂ ଦୁଃଖଦ ଘଟଣା । ଘଟଣା ପଛରେ କ’ଣ କାରଣ ମୁଁ ଜାଣିନାହିଁ , ମନ୍ଦିର ପୂଜା ସାରି ଘରକୁ ଫେରିବା ବାଟରେ ପ୍ରଥମେ ୪ ରାଉଣ୍ଡ ଗୁଳି ଚଳିଥିଲା । ମୁଁ ବସିଥିବା ଗାଡି ଉପରକୁ ମଧ୍ୟ ଗୁଳି ଲାଗିଥିଲା ।” ତେବେ ଗୁରୁତରଙ୍କ ନାଁ ହରେନ୍ଦ୍ର ବୋଲି ଜଣାପଡିଛି । ଦିଲ୍ଲୀ ନିର୍ବାଚନରେ ଆପର ବିପୁଳ ବିଜୟ ପରେ ଏପରି ଗୁଳିକାଣ୍ଡ ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।/kanak/media/post_attachments/wp-content/uploads/2020/02/delhi-crime-1_021220011142-300x182.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/02/AAP-1.jpg)
/kanak/media/post_attachments/wp-content/uploads/2020/02/naresh_yadav_1581427848-300x169.jpg)
/kanak/media/post_attachments/wp-content/uploads/2020/02/fdg-300x238.jpg)