ଦିଲ୍ଲୀରେ କମିଲା ,ଉତ୍ତରପ୍ରଦେଶରେ ବଢିଲା ! କାନପୁରରେ ଶୂନ ଡିଗ୍ରୀ, ପ୍ରଦୂଷଣ ସ୍ଥିତି ସାଂଘାତିକ

Advertisment
କମିବ ତାପମାତ୍ରା । ନଭେମ୍ବର ମାସରୁ ସାରା ରାଜ୍ୟରେ ଅନୁଭୂତ ହେବ ଶୀତ ।

କନକ ବ୍ୟୁରୋ : ଦିଲ୍ଲୀ ଶୀତ ଗତକାଲି ୧୧୯ ବର୍ଷର ରେକର୍ଡ ଭାଙ୍ଗିଥିଲା। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ଗତକାଲି ୯.୪ ଡିଗ୍ରି ଥିଲା। କିନ୍ତୁ ଦିଲ୍ଲୀ ତାପମାତ୍ରାରେ ସାମାନ୍ୟ ସୁଦ୍ଧାର ଆସିଛି। ଆଇଏମଡି ପକ୍ଷରୁ କୁହାଯାଇଛି ଯେ, ଜାନୁଆରି ୪ ଯାଏଁ ଦିଲ୍ଲୀରେ ଶୀତ ଲହରିରୁ ଆଶ୍ବସ୍ତି ମିଳିବ। ଦିଲ୍ଲୀରେ ସର୍ବାଧିକ ତାପମାତ୍ରା ୧୧ ଡିଗ୍ରି ଥିବାବେଳେ ଆସନ୍ତା ୩-୪ ଦିନ ମଧ୍ୟରେ ଏହା ବୃଦ୍ଧି ପାଇବ। ସେହିପରି ଦିଲ୍ଲୀରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରି ସେଲ୍ସିୟସ ଥିଲା। ସଫଦରଜଙ୍ଗରେ ସର୍ବନିମ୍ନ ତାପମାତ୍ରା ୪.୮ ଡିଗ୍ରି ଥିଲା ଏବଂ ପଲମରେ ସର୍ବନିମ୍ନ ତାପମାତ୍ରା ୪.୧ ଡିଗ୍ରି ସେଲ୍ସିୟସ ଥିଲା। ତେବେ ଗତ ୩ ଦିନ ଧରି ସମଗ୍ର ଉତ୍ତର ଭାରତରେ ସର୍ବନିମ୍ନ ତାପମାତ୍ରା ୧-୩ ଡିଗ୍ରି ରହିଥିଲା।

ଦିଲ୍ଲୀ ସ୍ଥିତିରେ ସାମାନ୍ୟ ସୁଦ୍ଧାର ଆସିଥିଲେ ମଧ୍ୟ ଉତ୍ତରପ୍ରଦେଶରେ ସ୍ଥିତି ଅସମ୍ଭାଳ ହୋଇଯାଇଛି। ଉତ୍ତରପ୍ରଦେଶର କାନପୁରରେ ତାପମାତ୍ରା ଶୂନ ଡିଗ୍ରି । ତେବେ ଉତ୍ତରପ୍ରଦେଶର ବାହରେଚରେ ତାପମାତ୍ରା ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି। ବାହାରେଚରେ ସର୍ବନିମ୍ନ ତାପମାତ୍ରା ୦.୨ ଡିଗ୍ରି ଥିଲା। ଶେଷ ଥର ପାଇଁ ୧୯୧୩ ଡିସେମ୍ବର ୧୯ରେ ସର୍ବନିମ୍ନ ତାପମାତ୍ରା ୧.୭ ଡିଗ୍ରି ଥିଲା। ତେଣୁ ବାହରେଚ୍ ଶୀତ ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି। ତେବେ ଦିଲ୍ଳୀ ବାସିନ୍ଦାଙ୍କୁ ଶୀତ ଲହରିରୁ ତ୍ରାହି ମିଳିଥିଲେ ମଧ୍ୟ ପ୍ରଦୂଷଣ ପୁଣିଥରେ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe