କନକ ବ୍ୟୁରୋ: ଦେଶରେ ଟୀକାକରଣ ଚାଲିଥିବା ବେଳେ ଅନେକ ସ୍ଥାନରୁ ଟିକାର ଅଭାବ ନେଇ ଖବର ଆସିଛି।ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଭ୍ୟାକ୍ସିନର ଫର୍ମୁଲାକୁ ସେୟାର କରିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି।
କରୋନା ମହାମାରୀର ପ୍ରକୋପ ଭିତରେ ଦେଶରେ ଚାଲିଛି ସବୁଠାରୁ ବଡ଼ ଟୀକାକରଣ ଅଭିଯାନ। ଭାରତରେ ୧୮ବର୍ଷ ବୟସରୁ ଅଧିକ ଲୋକଙ୍କ ପାଇଁ ଚାଲିଛି ଟୀକାକରଣ। ଏହାରି ଭିତରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ। ଟିକା ପ୍ରସ୍ତୁତିରେ ତତ୍ପରତା ଆଣିବା ପାଇଁ କୋଭିଡ ଟିକାର ଫର୍ମୁଲାକୁ ସେୟାର କରିବା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି।
ଏବେ ଦେଶରେ ଯେଉଁ ମାତ୍ରାରେ ଟିକା ଉତ୍ପାଦନ ହେଉଛି ସେହି ଅନୁଯାୟୀ ସମଗ୍ର ଦେଶବାସୀଙ୍କ ଟୀକାକରଣ ସାରିବାକୁ ଅନେକ ମାସ ଲାଗିଯିବ। ଏଥିପାଇଁ ଭ୍ୟାକସିନର ଫର୍ମୁଲାକୁ ସେୟାର କରିବା ପାଇଁ ମୋଦୀଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ଓ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ।
ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗନମୋହନ ରେଡ୍ଡୀ, ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ଭାରତ ବାୟୋଟେକ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକାର ଫର୍ମୁଲା ସେୟାର କରିବା ପାଇଁ ଆପଣ ନିର୍ଦେଶ ଦିଅନ୍ତୁ। କୋଭାକ୍ସିନ ନିର୍ମାଣ ପାଇଁ ପ୍ରସ୍ତୁତ ଥିବା କମ୍ପାନୀ ଗୁଡିକୁ ଭାଇରାଲ ଷ୍ଟ୍ରେନ ମଧ୍ୟ ଯୋଗାଇ ଦିଆଯାଉ। ଯାହା ଦ୍ୱାରା ଅଧିକରୁ ଅଧିକ ଟିକା ପ୍ରସ୍ତୁତ କରାଯାଇ ପାରିବ।
ଦେଶରେ ବିଶ୍ଵର ସର୍ବବୃହତ ଟୀକାକରଣ ଚାଲିଥିବା ବେଳେ ଅନେକ ରାଜ୍ୟରେ ଟିକା ଅଭାବ ଖବର ସାମ୍ନାକୁ ଆସିଛି। ଟିକା ଅଭାବ ଯୋଗୁଁ ଦିନ ଦିନ ଧରି ବନ୍ଦ ରହୁଛି ଟୀକାକରଣ। ତେବେ ଏହାର ବିକଳ୍ପ ବ୍ୟବସ୍ଥା ବାହାର କରିବା ପାଇଁ ଟିକାର ଫର୍ମୁଲା ସେୟାର କରିବାକୁ ଦାବି ଉଠୁଛି।
ସେହିପରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲ ମଧ୍ୟ ମୋଦିଙ୍କୁ ଚିଠି ଲେଖି କହିଛନ୍ତି, ସାରା ଦେଶରେ ଟିକାର ଆବଶ୍ୟକତାକୁ ପୁରା କରିବା ପାଇଁ ଏବେ ନିର୍ମାଣ ହେଉଥିବ ଟିକା ଅପର୍ୟ୍ୟାପ୍ତ। ତେଣୁ ଟିକା ପ୍ରସ୍ତୁତକାରୀ ଦୁଇ କମ୍ପାନୀ ନିଜ ନିଜ ଫର୍ମୁଲା ସେୟାର କରନ୍ତୁ। ଯାହା ଦ୍ୱାରା ଅନ୍ୟ କମ୍ପାନୀ ମଧ୍ୟ ଟିକା ନିର୍ମାଣ କରିପାରିବେ। ଏହାଦ୍ୱାରା ତୃତୀୟ ଲହର ପୂର୍ବରୁ ଆମେ ସମଗ୍ର ଦେଶକୁ ସୁରକ୍ଷା ପ୍ରଦାନ କରିବାରେ ସଫଳ ହେବା।
ଦେଶରେ ଦ୍ୱିତୀୟ ଲହରର ଦ୍ରୁତ ସଂକ୍ରମଣ ଭିତରେ ଏବେ ଟୀକାକରଣକୁ ବିଶେଷ ଗୁରୁତ୍ୱ ଦିଆଯାଉଛ। ଅନେକ ରାଜ୍ୟରେ ଟିକାର ଅଭାବ ନେଇ ଖବର ଆସୁଥିବା ବେଳେ ଏପରି ପରିସ୍ଥିତିର ମୁକାବିଲା କରିବା ପାଇଁ ଏହି ବିକଳ୍ପ ବ୍ୟବସ୍ଥା ପାଇଁ ଦାବି କରିଛନ୍ତି ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/05/Andhra-CM-congratulates-Kejriwal-on-remarkable-victory_8427.jpg)