ଭୁଶୁୁଡିଲା ବିମାନବନ୍ଦର ଛାତ; କାର ଭିତରେ ଚାପି ହୋଇ ୬ ଗୁରୁତର । ପ୍ରବଳ ବର୍ଷା ଭିତରେ ଦିଲ୍ଲୀ ବିମାନବନ୍ଦରରେ ଅଘଟଣ

549

କନକ ବ୍ୟୁରୋ: ପ୍ରବଳ ବର୍ଷାରେ ଭୁଶୁଡ଼ିଲା ଦିଲ୍ଲୀ ବିମାନବନ୍ଦରର ଛାତ। ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରର ଏକ ନମ୍ବର ଟର୍ମିନାଲର ଛାତ ଭୁଷୁଡ଼ିପଡ଼ିବାରୁ ଯାନବାହାନ ଫଶିରହିଛି। ୬ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଅଗ୍ନିଶମ ବାହିନି ଟିମ୍ ପହଞ୍ଚି ଉଦ୍ଧାର କାର୍ୟ୍ୟ ଜାରି ରଖିଛନ୍ତି।

ଗୁରୁବାର ଠାରୁ ଦିଲ୍ଲୀରେ ପ୍ରବଳ ବର୍ଷା ଜାରି ରହିଛି। ବିଭିନ୍ନ ସ୍ଥାନରେ ଜଳବନ୍ଦି ସ୍ଥିତି ଲାଗିରହିଛି। ତେବେ ଆଜି ସକାଳୁ ବିମାନବନ୍ଦରରେ ଏଭଳି ଅଘଟଣ ଘଟିଛି। କାର ଉପରେ ଛାତ ଭୁଷୁଡ଼ିପଡ଼ିବାରୁ କାର ଭିତରେ ଥିବା ଲୋକମାନେ ଆହତ ହୋଇଛନ୍ତି। ସେପଟେ ଘଟଣାକୁ ଗୁରୁତର ସହ ନେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ। ବିମାନବନ୍ଦରର ପୁନରୁଦ୍ଧାର କାମ କରାଯିବା ସହ ଗୁରୁତରଙ୍କୁ ଉଦ୍ଧାର କରି ସେମାନଙ୍କୁ ଚିକିତ୍ସା ସେବା ଯୋଗାଇଦିଆଯିବା କହିଛନ୍ତି। ଏହାସହ ନିଜେ ସବୁ କାର୍ଯ୍ୟର ସମୀକ୍ଷା କରୁ ଥିବା ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ।