କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସାଂଘାତିକ ତଥ୍ୟ ! ଦିଲ୍ଲୀରେ ଗମ୍ଭୀର ହେଉଛି ପ୍ରଦୂଷଣ ସ୍ଥିତି, ଦିନକୁ ଦିନ ଅଧିକ ପ୍ରଦୂଷିତ ହେଉଛି ରାଜଧାନୀ ।

69

ପ୍ରଦୂଷଣ ବଢାଉଛି ରାଜଧାନୀ ଦିଲ୍ଲୀବାସୀଙ୍କ ଚିନ୍ତା । ଦିନକୁ ଦିନ ଦିଲ୍ଲୀର ବାୟୁମଣ୍ଡଳ ଅଧିକ ପ୍ରଦୂଷିତ ହେବାରେ ଲାଗିଛି । ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଉତ୍ତର ପଶ୍ଚିମ ଦିଗରୁ ପବନ ଆସିବାର ଆଶଙ୍କା ରହିଛି, ଯେଉଁଥିରେ ଦିଲ୍ଲୀ-ଏନସିଆର ଅଞ୍ଚଳର ବାୟୁ ଗୁଣାବତ୍ତା ଅଧିକ ଖରାପ ହୋଇପାରେ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଶୁକ୍ରବାର ସନ୍ଧ୍ୟାରେ ଏକ୍ୟୁଆଇ ୩୬୧ ଦାୟର କରିଛନ୍ତି, ଯାହାକି ଅତ୍ୟନ୍ତ ଖରାପ ଶ୍ରେଣୀର ଆସିଥାଏ ।

ସୂଚନା ଅନୁଯାୟୀ, ୦ ରୁ ୫୦ ମଧ୍ୟରେ ଏକ୍ୟୁଆଇକୁ ଭଲ ବୋଲି କୁହାଯାଇଥାଏ । ସେହିପରି ୫୧ ଏବଂ ୧୦୦ ମଧ୍ୟରେ ଏକ୍ୟୁଆଇ ସନ୍ତୋଷଜନକ ହୋଇଥାଏ । ୧୦୧ରୁ ୨୦୦ ମଧ୍ୟରେ ଏକ୍ୟୁଆଇ ମଧ୍ୟମ ଶ୍ରେଣୀର ହୋଇଥାଏ । ସେହିପରି ୨୦୧ରୁ ୩୦୦ ମଧ୍ୟରେ ଏକ୍ୟୁଆଇକୁ ଖରାପ ବୋଲି ଧରାଯାଇଥାଏ । ଏବଂ ୩୦୦ରୁ ୪୦୦ ମଧ୍ୟରେ ଏକ୍ୟୁଆଇ ଅତ୍ୟନ୍ତ ଖରାପ ହୋଇଥାଏ, ସେହିପରି ୪୦୧ରୁ ୫୦୦ ମଧ୍ୟରେ ଏକ୍ୟୁଆଇକୁ ଅତ୍ୟନ୍ତ ଗମ୍ଭୀର ବୋଲି କୁହାଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆକଳନ ଅନୁଯାୟୀ, ଦିଲ୍ଲୀର ଫରିଦାବାଦ, ନୋଏଡା, ଗ୍ରେଟର ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମରେ ମଧ୍ୟ ବାୟୁର ଗୁଣବତ୍ତା ସ୍ତରରେ ଗୁରୁବାର ଅତ୍ୟନ୍ତ ଖରାପ ଶ୍ରେଣୀରେ ଦର୍ଶାଯାଇଥିଲା । ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣ ବଢିଚାଲିଥିବା ବେଳେ ଲୋକମାନେ ଏବେ ଚିନ୍ତାରେ ଥିବା ଜଣାପଡିଛି ।