ଦୀପାବଳି ପରେ ଦିଲ୍ଲୀରେ ବଢିଲା ପ୍ରଦୂଷଣ । କମିଲା ବାୟୁର ମାନ, ରାଜଧାନୀରେ ଘନ କୁହୁଡିର ଆସ୍ତରଣ

102

କନକ ବ୍ୟୁରୋ : ଦୀପାବଳି ପରେ ରାଜଧାନୀ ଦିଲ୍ଲୀର ହାଲ ବେହାଲ । ବାୟୁର ମାନ ଅତ୍ୟନ୍ତ ନିମ୍ନ ସ୍ତଳକୁ ଖସିଛି । ରାଜଧାନୀର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି । ମୁଖତଃ ଜନପଥ ଅଂଚଳରେ ବାୟୁର ମାନ ଅତ୍ୟନ୍ତ ନିମ୍ନ ସ୍ଥଳକୁ ଖସି ଯାଇଛି । କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ଅନୁଯାୟୀ ଏଠାରେ ଏୟାର କ୍ୱାଲିଟି ଇନଡେସ୍କ ୬୫୫ରେ ପହଂଚିଛି । ଯାହାକି ସ୍ୱାସ୍ଥ୍ୟ ଉପରେ ଅତି ଭୟଙ୍କର ପ୍ରଭାବ ପକାଇବ । ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହା ଅତ୍ୟନ୍ତ ଚିନ୍ତା ଜନକ ବୋଲି କୁହାଯାଇଛି ।

ପ୍ରଦୂଷଣ ରୋକିବା ପାଇଁ ଦିଲ୍ଲୀ ସରକାର ବାଣ ବିକ୍ରି ଓ ବ୍ୟବହାର ଉପରେ ରୋକ ଲଗାଇ ଥିଲେ । ହେଲେ ଦୀପାବଳି ଦିନ ଦିଲ୍ଲୀର ଅନେକ ଅଂଚଳରେ ବାଣ ଫୁଟା ଯାଇଥିଲା । ଏହା ଦ୍ୱାରା ପ୍ରଦୂଷଣ ସ୍ତର ବୃଦ୍ଧି ପାଇ ୨୫ ପ୍ରତିଶତରେ ପହଂଚିଛି । ପ୍ରଦୂଷଣ ରୋକିବା ପାଇଁ ସରକାରଙ୍କ ସମସ୍ତ ପ୍ରୟାସ ଫେଲ ମାରିଥିବା କୁହାଯାଉଛି । ଜନପଥରେ ଏୟାର କ୍ୱାଲିଟି ଭୟଙ୍କର ସ୍ଥିତିରେ ପହଂଚିଛି ।

ଶୁକ୍ରବାର ଜନପଥରେ ଏୟାର କ୍ୱାଲିଟି ଇନଡେସ୍କ ସ୍ତର ୬୫୫.୦୭ ରହିଛି । ଘନ କୁହୁଡ଼ି ଯୋଗୁଁ ଆଖିରୁ ପାଣି ବାହାରିବା ସହ କାଶ ହେଉଥିବା ଲୋକମାନେ ଅଭିଯୋଗ କରିଛନ୍ତି । ନୋଏଡା , ଗାଜିୟାଦବାଦରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ଏଠାରେ ମଧ୍ୟ ପ୍ରଦୂଷଣର ମାତ୍ରା ଗମ୍ଭୀର ରହିଛି ।