କନକ ବ୍ୟୁରୋ : ରେକର୍ଡ ଭାଙ୍ଗୁଛି ଦିଲ୍ଲୀର ବାୟୁ ପ୍ରଦୂଷଣ । ଲଗାତାର ସପ୍ତାହେ ହେବ ୪୦୦ରୁ ତଳକୁ ଖସୁନି ବାୟୁ ଗୁଣବତା ସୂଚକାଙ୍କ । ଦୀପାବଳି ପୂର୍ବରୁ ଦେଶର ରାଜଧାନୀରେ ବାୟୁ ପ୍ରଦୂଷଣ ଉକ୍ରଟ ହେବାରେ ଲାଗିଛି । ନୂଆଦିଲ୍ଲୀ, ଏନସିଆର ସମେତ ନଏଡା, ଗୁରୁଗ୍ରାମ, ଫରିଦାବାଦ, ଗାଜିଆବାଦରେ ବାୟୁ ପ୍ରଦୂଷଣର ମାତ୍ରା ଦ୍ରୁତ ଗତିରେ ବଢି ଚାଲିଛି । କେବଳ ଦିଲ୍ଲୀ ଓ ଏହାର ଆଖପାଖ ଅଂଚଳ ନୁହେଁ ଉତର ଭାରତର ରାଜସ୍ଥାନ, ପଞ୍ଜାବ, ହରିୟାଣା ଏବଂ ମହାରାଷ୍ଟ୍ର ମୁମ୍ବାଇରେ ମଧ୍ୟ ଚିନ୍ତା ବଢାଇଛି ବାୟୁ ପ୍ରଦୂଷଣ । କେନ୍ଦ୍ରୀୟ ବାୟୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସଦ୍ୟ ପ୍ରକାଶିତ ରିପୋର୍ଟରେ ଚଳିତ ବର୍ଷର ବାୟୁ ପ୍ରଦୂଷଣ ଗତ ୧୦ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଇଛି । ଏଥରର ବାୟୁ ପ୍ରଦୂଷଣର ମାତ୍ରା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦ୍ୱାରା ନିର୍ଦ୍ଧାରିତ ସୀମାର ୧୦୦ଗୁଣା ଅଧିକ ବୋଲି କୁହାଯାଉଛି । ସୁପ୍ରିମକୋର୍ଟଙ୍କ ତାଗିଦ ପରେ ବାୟୁ ପ୍ରଦୂଷଣର ମୁକାବିଲାକୁ ନେଇ ୫ରାଜ୍ୟର କ୍ୟାବିନେଟ ମନ୍ତ୍ରୀଙ୍କୁ ନେଇ ବୈଠକ ଡକାଯାଇଛି । ଅନ୍ୟପଟେ ବାୟୁ ପ୍ରଦୂଷଣର ମାତ୍ରା ବଢୁଥିଲେ ମଧ୍ୟ ପଞ୍ଜାବ ଓ ହରିୟାଣା ସୀମାରେ ନଡା ପୋଡି ଉପରେ ରୋକ ଲାଗୁନଥିବା ଦେଖିବାକୁ ମିଳିଛି ।
ଦେଶରେ ଦ୍ରୁତ ଶିଳ୍ପାୟନ ସାଙ୍ଗକୁ ଜଳବାୟୁରେ ପରିବର୍ତନ, ଯାନବାହନ ଚଳାଚଳ, ଦ୍ରୁତ ଜନସଂଖ୍ୟା ବୃଦ୍ଧି କାରଣରୁ ବାୟୁ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଉଛି । ବାୟୁ ପ୍ରଦୂଷଣର ମାତ୍ରା ସାଧାରଣ ସ୍ତରରୁ ବୃଦ୍ଧି ପାଇ ଦ୍ୱିତୀୟ ସ୍ତରକୁ ଗଲେ ଏହା ମାନବ ସମାଜ ସହିତ ଜୀବଜନ୍ତୁଙ୍କ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ବାୟୁ ପ୍ରଦୂଷଣର ପ୍ରମୁଖ କାରଣ
ଜୀବାଂଶ ଇନ୍ଧନ ଦହନ କରିବା ଦ୍ୱାରା ଏଥିରୁ ପ୍ରଚୁର ପରିମାଣରେ କାର୍ବନ ଡାଇଅକ୍ସାଇଡ ନିର୍ଗତ ହୋଇଥାଏ, ଏହାଦ୍ୱାରା ବାୟୁ ପ୍ରଦୂଷଣ ବଢିଥାଏ
ଯାନବାହାନ ସଂଖ୍ୟା ବୃଦ୍ଧି ମଧ୍ୟ ବାୟୁ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ
କୃଷିକ୍ଷେତ୍ରେରେ ବ୍ୟାପକ ପରିମାଣରେ ରାସାୟନିକ ପର୍ଦାଥର ବ୍ୟବହାର ପରିବେଶ ଉପରେ ପ୍ରଭାବ ପକାଇଥାଏ
ବଡ଼ ବଡ଼ ଶିଳ୍ପାୟନ ଏବଂ କଳକାରଖାନାରୁ ନିର୍ଗତ ହେଉଥିବା ବିଷାକ୍ତ ଗ୍ୟାସ ଏବଂ ଧୂଆଁ ମଧ୍ୟ ବାୟୁ ପ୍ରଦୂଷଣର ଆଉ ଏକ ପ୍ରମୁଖ କାରଣ
ବଢୁଥିବା ଜନସଂଖ୍ୟା ଏବଂ ସହରୀକରଣ ନାଁରେ ଗଛ କାଟି କଂକ୍ରିଟ ଜଙ୍ଗଲ ସୃଷ୍ଟି ପାଇଁ ମଧ୍ୟ ବଢୁଛି ବାୟୁ ପ୍ରଦୂଷଣର ମାତ୍ରା
କେବଳ ଶାରୀରିକ ସ୍ତରରେ ନୁହେଁ ମାନସିକ ସ୍ତରରେ ମଧ୍ୟ ବାୟୁ ପ୍ରଦୂଷଣର ପ୍ରଭାବ ପଡିଥାଏ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । ଖାଲି ସରକାର ନୁହେଁ ଜନସାଧାରଣ ମାନେ ମଧ୍ୟ ବାୟୁ ପ୍ରଦୂଷଣକୁ ରୋକିବା ଦିଗରେ ପଦକ୍ଷେପ ନେବା ସହ ସଚେତନ ହେବା ଆବଶ୍ୟକ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/11/2-17.jpg)