ଅଶ୍ଳୀଳ ଢଙ୍ଗରେ ରାମଲୀଳା ପରିବେଷଣ କରି ବିବାଦରେ ଦିଲ୍ଲୀ ଏମ୍ସ : ରାମାୟଣର ଚରିତ୍ରକୁ କଦର୍ଥ କରିଥିବା ଭିଡିଓ ଭାଇରାଲ

 ହିନ୍ଦୁ ଧର୍ମୀୟ ଭାବନାକୁ କୁଠାରଘାତ ଅଭିଯୋଗ, ଛାତ୍ରଛାତ୍ରୀଙ୍କ ଗିରଫ ଦାବି

2,166

କନକ ବ୍ୟୁରୋ : ଅଶ୍ଳୀଳ ଢଙ୍ଗରେ ରାମଲୀଳା ପରିବେଷଣ କରି ବିବାଦରେ ଦିଲ୍ଲୀ ଏମ୍ସ । ଅଶ୍ଳୀଳ ଡାଏଲଗ ସାଙ୍ଗକୁ ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ କରାଯାଇଛି । ଏମ୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରାମଲୀଳର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଛାତ୍ରଛାତ୍ରୀମାନେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେବା ସହ ରାମାୟଣର ବିଭିନ୍ନ ଚରିତ୍ରକୁ ଉପହାସ କରୁଥିବା ଦେଖାଯାଉଛି ।

ଏଥିପାଇଁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଗରିଫ କରିବାକୁ ଦାବି ହେଉଛି । ହିନ୍ଦୁ ଧର୍ମୀୟ ଭାବନାକୁ ଏହା କୁଠାରଘାତ କରିଥିବା କୁହାଯାଉଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାପରେ ଦିଲ୍ଲୀ ଏମ୍ସର ଛାତ୍ର ସଂଗଠନ ଏକ ବିବୃତି ଜାରି କରି କ୍ଷମା ପ୍ରାର୍ଥନା କରିଛି । ଏପରିକି ଆଗକୁ ଏଭଳି କରାଯିବ ନାହିଁ ବୋଲି ଛାତ୍ର ସଂଘ ସ୍ପଷ୍ଟ କରିଛି । କିନ୍ତୁ ଏହି ଭିଡିଓରେ ଅଭିନୟ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା କରିବା ପାଇଁ ଦାବି କରିଛନ୍ତି ହିନ୍ଦୁ ସଂଗଠନଗୁଡିକ ।