କନକ ବ୍ୟୁରୋ : ଅଶ୍ଳୀଳ ଢଙ୍ଗରେ ରାମଲୀଳା ପରିବେଷଣ କରି ବିବାଦରେ ଦିଲ୍ଲୀ ଏମ୍ସ । ଅଶ୍ଳୀଳ ଡାଏଲଗ ସାଙ୍ଗକୁ ରାମାୟଣର ଚରିତ୍ରକୁ କଦର୍ଥ କରି ପରିବେଷଣ କରାଯାଇଛି । ଏମ୍ସ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ରାମଲୀଳର ଏକ ଭିଡିଓ କ୍ଲିପ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥିରେ ଛାତ୍ରଛାତ୍ରୀମାନେ ଅଶ୍ଳୀଳତାକୁ ପ୍ରୋତ୍ସାହନ ଦେବା ସହ ରାମାୟଣର ବିଭିନ୍ନ ଚରିତ୍ରକୁ ଉପହାସ କରୁଥିବା ଦେଖାଯାଉଛି ।
ଏଥିପାଇଁ ସଂପୃକ୍ତ ଛାତ୍ରଛାତ୍ରୀଙ୍କୁ ଗରିଫ କରିବାକୁ ଦାବି ହେଉଛି । ହିନ୍ଦୁ ଧର୍ମୀୟ ଭାବନାକୁ ଏହା କୁଠାରଘାତ କରିଥିବା କୁହାଯାଉଛି । ତେବେ ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେବାପରେ ଦିଲ୍ଲୀ ଏମ୍ସର ଛାତ୍ର ସଂଗଠନ ଏକ ବିବୃତି ଜାରି କରି କ୍ଷମା ପ୍ରାର୍ଥନା କରିଛି । ଏପରିକି ଆଗକୁ ଏଭଳି କରାଯିବ ନାହିଁ ବୋଲି ଛାତ୍ର ସଂଘ ସ୍ପଷ୍ଟ କରିଛି । କିନ୍ତୁ ଏହି ଭିଡିଓରେ ଅଭିନୟ କରୁଥିବା ଛାତ୍ରଛାତ୍ରୀଙ୍କ ବିରୋଧରେ ଅପରାଧିକ ମାମଲା କରିବା ପାଇଁ ଦାବି କରିଛନ୍ତି ହିନ୍ଦୁ ସଂଗଠନଗୁଡିକ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/10-17.jpg)