ଦିଲ୍ଲୀ ଅବକାରୀ ଦୁର୍ନୀତି: ୨୦ ମାର୍ଚ୍ଚରେ ହାଜର ପାଇଁ କେ କବିତାଙ୍କୁ ସମନ୍ କଲା ଇଡି।

120

କନକ ବ୍ୟୁରୋ: ୨୦ ମାର୍ଚ୍ଚରେ ହାଜର ହେବାକୁ ବିଆରଏସ ନେତ୍ରୀ କେ କବିତାଙ୍କୁ ସମନ୍ କଲା ଇଡି । ଗୁରୁବାର ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଇଡିରେ ପ୍ରତ୍ୟକ୍ଷ ଭାବେ ହଜାର ନହାଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ ନିଜ ପ୍ରତିନିଧିଙ୍କ ଦ୍ୱାରା ବିଭିନ୍ନ ଦସ୍ତାବିଜ ପଠାଇଥିଲେ । ପୂର୍ବରୁ ୧୧ ତାରିଖରେ ହାଜର ହେବାକୁ ଇଡି ସମନ୍ କରିଥିଲା । କିନ୍ତୁ କବିତା ସମୟ ମାଗିବାରୁ ୧୬ ତାରିଖ ହାଜର ହେବାର ଥିଲା । ଗୁରୁବାର କିନ୍ତୁ କବିତାଙ୍କ ପ୍ରତିନିଧି ହାଜର ହୋଇଥିଲେ । ଆଉ ଏହି ଅବକାରୀ ଦୁର୍ନୀତି ମାମଲାରେ କବିତା ତାଙ୍କ ବ୍ୟାଙ୍କ ଷ୍ଟେଟମେଂଟକୁ ଇଡିକୁ ପଠାଇଛନ୍ତି । ଏହି ସମୟରେ ବିଆରଏସ ନେତ୍ରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ଗିରଫଦାରୀରୁ ସୁରକ୍ଷା ମାଗିଛନ୍ତି । ଏପିରିକି ତଦନ୍ତକାରୀ ସଂସ୍ଥାର ସମନ ଖାରଜ କରିବାକୁ ଅପିଲ୍ କରିଛନ୍ତି ।

ସୁପ୍ରିମକୋର୍ଟ ୨୪ ତାରିଖରେ ଆବେଦନର ଶୁଣାଣି କରିବେ ବୋଲି ଜଣାପଡିଛି । ପୂର୍ବରୁ ଏହି ବହୁ ଚର୍ଚ୍ଚିତ ଦୁର୍ନୀତି ମାମଲାରେ କେ. କବିତା ଇଡି ଜେରାର ସାମ୍ନା କରିସାରିଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମିଶାଇ ଏଯାବତ ୧୨ ଜଣ ଗିରଫ ହୋଇଛନ୍ତି । ସିସୋଦିଆ ସିବିଆଇ ଦ୍ୱାରା ଗିରଫ ହେବା ପରେ ଇଡି କେ କବିତାଙ୍କୁ ସମନ କରିଥିଲା ।