ଦିଲ୍ଲୀରେ ପୁଣି ମୁହାଁମୁହିଁ ଓକିଲ ପୋଲିସ । କଡକଡଡୁମା କୋର୍ଟରେ ଓକିଲଙ୍କ ପ୍ରତିବାଦ ବେଳେ ପୋଲିସ କର୍ମୀ ମାଡ ମାରିଥିବା ଅଭିଯୋଗ

131

କନକ ବ୍ୟୁରୋ : ଦିଲ୍ଲୀର ତିସ୍ ହଜାରୀ କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପ୍ରତିବାଦରେ ଆଜି ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ।ଏହାରି ଭିତରେ କଡକଡଡୁଗା କୋର୍ଟରେ ପୋଲିସ ଓ ଓକିଲଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । ମିଳିଥିବା ସୂଚନା ଅନୁସାରେ ଓକିଲମାନେ ଜଣେ ପୋଲିସ କର୍ମୀଙ୍କୁ ମାଡ ମାରିଛନ୍ତି । ସାଧାରଣ କଥାକୁ ନେଇ ବିବାଦ ବଢିଥିବା ବେଳେ ଓକିଲ ମାନେ ପୋଲିସ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

ତିସ୍ ହଜାରୀ କୋର୍ଟରେ ପୋଲିସ ଓକିଲ ବିବାଦ ପରେ ଉଭୟଙ୍କ ମଧ୍ୟ ଉତେଜନାପୂର୍ଣ୍ଣ ପରିସ୍ଥିତି ଲାଗି ରହିଛି । ଶନିବାର ଦିନ ତିସ୍ ହଜାରୀ କୋର୍ଟରେ ଜଣେ ଅଭିଯୁକ୍ତଙ୍କ ସହ ଜଣେ ଓକିଲ ହାଜତ ଭିତରକୁ ଯିବାକୁ ନେଇ ବିବାଦ ଆରମ୍ଭ ହେବା ପରେ ତୁମୁଳକାଣ୍ଡ ହୋଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ପୋଲିସ ଗାଡିକୁ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଥିଲେ ।