ପୃଥୀ ଶ’ଙ୍କ ସୁପର ଶୋ: ୧୭୨ ରନ କଲା ଦିଲ୍ଲୀ, ଚେନ୍ନାଇ ଆଗରେ ୧୭୩ ରନ ଟାର୍ଗେଟ

ପୃଥୀ ଶ’ଙ୍କ ସୁପର ଶୋ: ୧୭୨ ରନ କଲା ଦିଲ୍ଲୀ, ଚେନ୍ନାଇ ଆଗରେ ୧୭୩ ରନ ଟାର୍ଗେଟ

କନକ ବ୍ୟୁରୋ: ଆଜିର ଆଇପିଏଲ ପ୍ଲେ ଅଫ ମ୍ୟାଚରେ ପୃଥୀ ଶ ଦମଦାର ବ୍ୟାଟିଂ କରିଛନ୍ତି । ଶ’ଙ୍କ ଅର୍ଦ୍ଦଶତକ ବଳରେ ଦିଲ୍ଲୀ ୧୭୨ ରନ କରିବାରେ ସକ୍ଷମ ହୋଇଛି । ଫଳରେ ଏବେ ଚେନ୍ନାଇ ଆଗରେ ୧୭୩ ରନର ବିଜୟ ଲକ୍ଷ୍ୟ ରହିଛି । ଚେନ୍ନାଇକୁ ଏହି ମ୍ୟାଚ ଜିତିବାକୁ ହେଲେ ଦିଲ୍ଲୀ ବୋଲରଙ୍କୁ ସାମ୍ନା କରିବାକୁ ହେବ । ଏହି ମ୍ୟାଚରେ ଯେଉଁ ଦଳ ବିଜୟ ହେବ ସେ ସିଧା ଫାଇନାଲରେ ପ୍ରବେଶ କରିବ ।

ଆଜିର ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲା ଦିଲ୍ଲୀ ଦଳ । ଆରମ୍ଭରୁ ପୃଥୀ ଶ ଆକ୍ରାଣାତ୍ମକ ବ୍ୟାଟିଂ କରିଥିଲେ । ଏହି ମ୍ୟାଚରେ ଶ ୬୦, ରିଷବ ପନ୍ତ ୫୧, ହେତମେୟାର ୩୭ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୫ ୱିକେଟ ହରାଇ ୧୭୨ ରନ କରିବାରେ ସକ୍ଷମ ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe