ଚମକୁଛି ଦିଲ୍ଲୀର ସରକାରୀ ଶିକ୍ଷାମଡେଲ, ଘରୋଇ ସ୍କୁଲ ଛାଡି ସରକାରୀ ସ୍କୁଲରେ ଯୋଗଦେଲେ ୧.୫ ଲକ୍ଷ ଛାତ୍ର ଛାତ୍ରୀ

272

କନକ ବ୍ୟୁରୋ : ଦିଲ୍ଲୀର ବିଭିନ୍ନ ଘରୋଇ ସ୍କୁଲରେ ପଢୁଥିବା ପାଖା ପାଖି ୨.୪ ଲକ୍ଷ ଛାତ୍ର ଛାତ୍ରୀ ଶିକ୍ଷାବର୍ଷ ୨୦୨୧-୨୨ ପାଇଁ ଦିଲ୍ଲୀ ସରକାରୀ ସ୍କୁଲରେ ଆଡମିଶନ ନେବାକୁ ଆବେଦନ କରିଛନ୍ତି । ସେମାନଙ୍କ ମଧ୍ୟରୁ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ୧.୫୮ ଲକ୍ଷ ଛାତ୍ର ଛାତ୍ରୀଙ୍କ ଆଡମିଶନ ବି ହୋଇ ସାରିଛି । ଏହି କ୍ରମରେ ଏକ ସରକାରୀ ସ୍କୁଲର ପ୍ରିନ୍ସପାଲ କହିଛନ୍ତି କି ୯ମ ଓ ଏକାଦଶ ଶ୍ରେଣୀରେ ସର୍ବାଧିକ ଘରୋଇ ସ୍କୁଲ ଛାତ୍ର ଛାତ୍ରୀ ସରକାରୀ ସ୍କୁଲରେ ଆଡମିଶନ ହୋଇଛନ୍ତି ।

ଶିକ୍ଷା ନିର୍ଦ୍ଦେଶାଳୟ (ଡିଇଓ) ଦ୍ୱାରା ଜାରି କରାଯାଇଥିବା ସୂଚନା ମୁତାବକ ୧୦୩୦ ସ୍କୁଲ ପାଇଁ ନର୍ସରୀରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ଆଡମିଶନ କରିବାକୁ ୨,୩୬,୫୨୨ ଜଣ ପିଲା ଆବେଦନ କରିଛନ୍ତି । ବର୍ତମାନ ପର୍ଯ୍ୟନ୍ତ ୧,୫୮,୪୮୪ ଛାତ୍ର ଛାତ୍ରୀଙ୍କୁ ଆଡମିଶନ ଦିଆଯାଇଛି ଓ କିଛି ଛାତ୍ର ଛାତ୍ରୀଙ୍କ ଆଡମିଶନ ପ୍ରକ୍ରିୟା ଜାରି ରହିଛି । ଏନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ଟ୍ୱିଟ୍ କରି ଲେଖିଛନ୍ତି କି “ଭାରତ ବର୍ଷରେ ଏହା ପ୍ରଥମଥର ପାଇଁ ହୋଇଛି ।”

କହିରଖୁ କି ଚଳିତ ବର୍ଷ ଅଣ ଯୋଜନା ଆଡମିଶନ ପାଇଁ ପ୍ରବେଶ ସିଜିନରେ ୨ ଟି ସାଇକେଲ ରହିଛି । ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ ମୁତାବକ ଘରୋଇ ସ୍କୁଲର ବିନା ଟ୍ରାନ୍ସଫର ସାର୍ଟିଫିକେଟରେ ବି ଛାତ୍ର ଛାତ୍ରୀମାନେ ସରକାରୀ ସ୍କୁଲରେ ଆଡମିଶନ ନେଇ ପାରିବେ । ଏନେଇ କୁହାଯାଇଛି ଯେ ସରକାରୀ ସ୍କୁଲ ତରଫରୁ ଘରୋଇ ସ୍କୁଲରୁ ଟିସି ଆଣିବାର ବ୍ୟବସ୍ଥା କରାଯିବ ।
ଏକ ସୂଚନା ମୁତାବକ ୨୦୧୯-୨୦ ରେ ଦିଲ୍ଲୀର ସରକାରୀ ସ୍କୁଲରେ ୧୫.୦୫ ଲକ୍ଷ, ୨୦୨୦-୨୧ ରେ ୧୬.୨୮ ଲକ୍ଷ ଓ ୨୦୨୧-୨୨ ରେ୧୭.୬୭ ଲକ୍ଷ ଛାତ୍ର ଛାତ୍ରୀ ଆଡମିଶନ ହୋଇଛନ୍ତି ।