ଆପଣଙ୍କ ମୋବାଇଲରେ ରହିଛି କି ଏହି ୮ଟି ଆପ୍ । ତୁରନ୍ତୁ କରିଦିଅନ୍ତୁ ଡିଲିଟ୍, ନହେଲେ ସବୁ ତଥ୍ୟ ହୋଇଯାଇପାରେ ଚୋରି ।

Advertisment
ଆପଣଙ୍କ ମୋବାଇଲରେ ରହିଛି କି ଏହି ୮ଟି ଆପ୍ । ତୁରନ୍ତୁ କରିଦିଅନ୍ତୁ ଡିଲିଟ୍, ନହେଲେ ସବୁ ତଥ୍ୟ ହୋଇଯାଇପାରେ ଚୋରି ।

କନକ ବ୍ୟୁରୋ : ଆପଣଙ୍କ ମୋବାଇଲରେ ରହିଛି କି ଏହି ୮ଟି ଆପ୍ ? ତୁରନ୍ତୁ କରିଦିଅନ୍ତୁ ଡିଲିଟ୍ । ପୁଣି ଥରେ ପ୍ରତ୍ୟାବର୍ତ୍ତନ କରିଛି ଜୋକର ମାଲୱେୟର । କ୍ୱିକ୍ ହିଲ୍ ସିକ୍ୟୁରିଟି ଲ୍ୟାବର ଗବେଷକମାନେ ଗୁଗୁଲ ପ୍ଲେ ଷ୍ଟୋରରୁ ୮ଟି ଆପ୍ ପାଇଛନ୍ତି, ଯେଉଁଥିରେ ଜୋକର ମାଲୱେୟର ମିଳିଛି । ଗବେଷକମାନେ କହିଛନ୍ତି ଯେ, ଯଦି ଆପଣଙ୍କ ମୋବାଇଲରେ ଏହି ୮ଟି ଆପ୍ ମଧ୍ୟରୁ କୌଣସି ଗୋଟିଏ ବି ଆପ୍ ରହିଛି, ତେବେ ତୁରନ୍ତୁ ଏହାକୁ ଡିଲିଟ୍ କରିଦିଅନ୍ତୁ ।

ଜୋକର ହେଉଛି ସବୁଠାରୁ ବିପଦଜନକ ମାଲୱେୟର । ଜୋକର ମାଲୱେୟର ଏକ ଏମିତି ଭାଇରସ, ଯାହା ପ୍ରତି ମାସରେ ଗୁଗୁଲ ପ୍ଲେ ଷ୍ଟୋରକୁ ଫେରିବାକୁ ରାସ୍ତା ଖୋଜିବାରେ ସଫଳ ହୋଇଯାଏ । ଏହି ଭାଇରସ ଆପଣଙ୍କ ତଥ୍ୟ ଚୋରି କରିନେଇଥାଏ । ଏମିତି ତଥ୍ୟ ଯେଉଁଥିରେ ରହିଥାଏ, ଆପଣ ଏସଏମଏସ, କଂଟାକ୍ଟ ଲିଷ୍ଟ, ଡିଭାଇସ୍ ଡିଟେଲ୍ସ, ଓଟିପି ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ।

ଯଦିଓ ଗୁଗୁଲ ଏହି ଆପ୍ ଗୁଡିକୁ ଗୁଗୁଲ ପ୍ଲେ ଷ୍ଟୋରରୁ ଡିଲିଟ୍ କରିଦେଇଛି, କିନ୍ତୁ ଯଦି ଏହା ୟୁଜର୍ସଙ୍କ ଦ୍ୱାରା ଡାଉନଲୋଡ୍ ହୋଇଥାଏ, ତେବେ ଏହା ଫୋନରେ ସେପର୍ଯ୍ୟନ୍ତ ରହିବ, ଯେଉଁପର୍ଯ୍ୟନ୍ତ ଆପଣ ଏହି ଆପ୍ ଗୁଡିକୁ ଡିଲିଟ୍ କରିଦେଇନାହାନ୍ତି । ଏବେ ଆସନ୍ତୁ ସେହି ୮ଟି ଆପ୍ ବିଷୟରେ ଜାଣିବା, ଯେଉଁଗୁଡିକୁ ତୁରନ୍ତ ଆପଣଙ୍କ ଫୋନରୁ ଡିଲିଟ୍ କରିଦେବାର ଆବଶ୍ୟକତା ରହିଛି । ଏହି ଆପ୍ ଗୁଡିକ ହେଉଛି,

ଅକ୍ସିଲିଆରି ମେସେଜ୍
ଫାଷ୍ଟ ମ୍ୟାଜିକ ଏସଏମଏସ
ଫ୍ରି କ୍ୟାମ୍ ସ୍କାନର
ସୁପର ମେସେଜ
ଏଲିମେଂଟ ସ୍କାନର
ଗୋ ମେସେଜ୍
ଟ୍ରାଭେଲ୍ ୱାଲପେପର୍ସ
ସୁପର ଏସଏମଏସ

ଯଦି ଏହି ୮ଟି ଆପ୍ ମଧ୍ୟରୁ ଆପଣଙ୍କ ମୋବାଇଲ୍ ଫୋନରେ ଗୋଟିଏ ହେଲେ ମଧ୍ୟ ଆପ୍ ରହିଛି, ତେବେ ତୁରନ୍ତ ଏହାକୁ ଡିଲିଟ୍ କରିଦିଅନ୍ତୁ । ନଚେତ୍ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଚୋରିହୋଇଯିବାର ସମ୍ଭାବନା ରହିଛି ।

ଏହି ଆପ୍ ଗୁଡିକୁ ଡିଲିଟ୍ କରିବା ପାଇଁ ପ୍ରଥମେ ଆପଣ ପ୍ଲେ ଷ୍ଟୋରକୁ ଯାଆନ୍ତୁ । ଏହା ପରେ ଏଠାରେ ମାଲୱେୟର ଆପ୍ ସର୍ଚ୍ଚ କରନ୍ତୁ । ଆପ୍ ପେଜ୍ ଆସିବା ପରେ ଅନଇନଷ୍ଟଲ କରିଦିଅନ୍ତୁ । ଏହା ପରେ ଆପଣଙ୍କ ଫୋନରେ ଥିବା ଏହି ଆପ୍ ଗୁଡିକ ଡିଲିଟ୍ ହୋଇଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe