ସରିଲା ମୋଦି ଓ ଜିନପିଙ୍ଗଙ୍କ ଅନୌପଚାରିକ ଆଲୋଚନା । ୪୦ ମିନିଟ ଧରି ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚା କଲେ ଦୁଇ ନେତା

ବୈଠକ ପରେ ପ୍ରତିନିଧୀ ମଣ୍ଡଳି ସ୍ତରୀୟ ଆଲୋଚନା ଜାରି; ଉଭୟ ପକ୍ଷର ୬ ଜଣ ଲେଖାଏଁ ସଦସ୍ୟ ସାମିଲ

195

କନକ ବ୍ୟୁରୋ: ଶେଷ ହୋଇଛି ଚୀନ ରାଷ୍ଟ୍ରପତି ସି. ଜିନପିଙ୍ଗ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ମଧ୍ୟରେ ମହାବଳୀପୁରମ ହୋଟେଲ୍ କୋବରେ ଅନୌପଚାରିକ ଆଲୋଚନା । ପ୍ରାୟ ୪୦ ମିନିଟ ଧରି ଆଜି ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ରେସର୍ଟରେ ହୋଇଥିଲା ବୈଠକ । ପ୍ରତିନିଧିମଣ୍ଡଳି ନଥିବାରୁ ଏହାକୁ ଅନୌପଚାରିକ ବୋଲି କୁହାଯାଉଛି । ଚେନ୍ନାଇର ଆଇଟିସି ଗ୍ରାଣ୍ଡ୍ ଚୋଲା ହୋଟେଲରୁ ସ୍ୱତନ୍ତ୍ର ଗାଡିରେ ମହାବଳୀପୁରମର ହୋଟେଲ କୋବଲମକୁ ଆସିଥିଲେ ଏକାଠି ଆସିଥିଲେ ଦୁଇ ରାଷ୍ଟ୍ରନେତା । ଏହି ଠାରେ ପ୍ରାୟ ୪୦ ମିନିଟ ଧରି ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ଆଲୋଚନା ହୋଇଥିଲା ।


ଏହି ସମ୍ମିଳନୀ ସହ ଭାରତ-ଚୀନ୍ ସମ୍ପର୍କରେ ନୂଆ ଅଧ୍ୟାୟ ଯୋଡି ହୋଇଛି ବୋଲି କୁହାଯାଉଛି । କାରଣ ଦୁଇ ନେତାଙ୍କ ଆଲୋଚନାରେ ମୁଖ୍ୟ ପ୍ରସଙ୍ଗ ରହିଥିଲା ସୀମା ସୁରକ୍ଷା, ଆତଙ୍କବାଦ ଓ ପୁଞ୍ଜିନିବେଶ । ଗତକାଲି ପ୍ରଧାନମନ୍ତ୍ରୀ ମୋଦି ତାମିଲନାଡୁର ପାରମ୍ପରିକ ଧୋତି, ହାଫ ସାର୍ଟ ଏବଂ କାନ୍ଧରେ ଅଙ୍ଗବସ୍ତ୍ର ପିନ୍ଧି, ଜିନପିଙ୍ଗଙ୍କୁ ସ୍ୱାଗତ କରିଥିଲେ । ଆଜି ଦୁଇ ରାଷ୍ଟ୍ରନେତା ପରଷ୍ପରକୁ ଦ୍ୱିତୀୟ ଥର ପାଇଁ ସାକ୍ଷାତ କରିଛନ୍ତି । ଦୁଇ ନେତାଙ୍କ ଆଲୋଚନା ପରେ ଦୁଇ ରାଷ୍ଟ୍ର ନେତା ପ୍ରତିନିଧିମଣ୍ଡଳୀ ସ୍ତରୀୟ ଆଲୋଚନା କରିଛନ୍ତି । ଭାରତ ଓ ଚୀନ୍ ଭାଇ ଭାଇ ବୋଲି କହିଛନ୍ତି ଚୀନ୍ ରାଷ୍ଟ୍ରପତି । ବିଶ୍ୱର ଦୁଇ ନେତାଙ୍କ ଏହି ଐତିହାସିକ ସାକ୍ଷାତର ସାକ୍ଷୀ ରହିଛି ଚେନ୍ନାଇ ।