ଲକଡାଉନ କଟକଣା ଭିତରେ କଟକରେ ଅସମ୍ଭାଳ ଭିଡ଼ : ବାଟ ପାଇଲା ନାହିଁ ଆମ୍ବୁଲାନ୍ସ; କଟକରୁ ଗୁରୁତର ରୋଗୀଙ୍କୁ ଭୁବନେଶ୍ୱର ଆଣିବାରେ ବିଳମ୍ବ

169

କନକ ବ୍ୟୁରୋ : ଭିଡ଼ ଭିତରେ ବାଟ ପାଇଲା ନାହିଁ ଆମ୍ବୁଲାନ୍ସ । କଟକ ନୟାସଡ଼କ ଅଂଚଳରେ ନାହିଁ ନଥିବା ଭିଡ଼ । ଆଉ ଏହି ଭିଡ଼ ଭିତରେ ବାଟ ଖୋଜୁଛି ଆମ୍ବୁଲାନ୍ସ । ଜଣେ ଗୁରୁତର ରୋଗୀ କଟକରୁ ଭୁବନେଶ୍ୱର ଯିବାକୁ ଥିବା ବେଳେ, ଗହଳିରେ ଫଶିଯାଇଛି ଆମ୍ବୁଲାନ୍ସ । ସ୍ଥାନୀୟ ଅଂଳରେ ଦୋକାନ ବଜାର ଖୋଲା ରହିଥିବା ବେଳେ ଲୋକେ ଦୋକାନ ଆଗରେ ଗାଡ଼ି ରଖି କିଣା ବିକା କରୁଛନ୍ତି । ଯାହା ଦ୍ୱାରା ସଂକୀର୍ଣ୍ଣ ରାସ୍ତାରେ ଏଭଳି ଜନଗହଳି ଦେଖିବାକୁ ମିଳିଛି ।

ତେବେ ଆମ୍ବୁଲାନ୍ସରେ ଥିବା ଗୁରୁତର ରୋଗୀକୁ ମେଡ଼ିକାଲ ନେବା ପାଇଁ ଆମ୍ବୁଲାନ୍ସ ସାଇରନ୍ ମାରୁଥିଲେ ମଧ୍ୟ ଲୋକେ ନିଜ ନିଜ କାମରେ ବ୍ୟସ୍ତ ଥିବା ଦେଖିବାକୁ ମିଳିଛି । ଏଭଳି ସ୍ଥିତିରେ ଗୁରୁତର ରୋଗୀ ଅବସ୍ଥା ଆହୁରି ଖରାପ ହୋଇପାରେ ବୋଲି ଅନୁମାନ କରାଯାଉଛି । କରୋନା କଟକଣା ସାମାନ୍ୟ କୋହଳ କରାଯାଇଥିବା ଲୋକେ ବଜାରରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି । ଏବେ କିଛି ଦିନ ହେଲା କଟକରେ କରୋନା ସଂକ୍ରମଣ ଅଧିକ ରହୁଛି । ହେଲେ ଲୋକେ କରୋନା ନିୟମ ମାନୁନାହାନ୍ତି ।