ମହାପ୍ରଭୁଙ୍କ ବନକଲାଗି ନୀତିରେ ବାଧା! ଦତ୍ତମହାପାତ୍ରଙ୍କ ମଧ୍ୟରେ ଅସନ୍ତୋଷ ଯୋଗୁଁ ନୀତିରେ ବିଳମ୍ବ ।

81

କନକ ବ୍ୟୁରୋ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତିରେ ବିଳମ୍ବ । ନୀତି କରିବାକୁ ଏଯାଏଁ ଶ୍ରୀମନ୍ଦିରରେ ପ୍ରବେଶ କରିନାହାଁନ୍ତି ଦତ୍ତ ମହାପାତ୍ର । କୁହାଯାଉଛି, ଶ୍ରୀମନ୍ଦିର ପ୍ରଶସନ ବିଭିନ୍ନ ବୈଠକରେ ସେମାନଙ୍କୁ ଅଣଦେଖା କରିଥିବାରୁ ସେବାୟତଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ୨ଦିନ ଧରି ଶ୍ରୀଜିଉଙ୍କ ବନକଲାଗି ନୀତି ହେବାର ଥିଲା । କିନ୍ତୁ ଆଜି ପ୍ରଥମ ଦିନରେ ନୀତି ବିଳମ୍ବ ହୋଇଛି ।