କନକ ବ୍ୟୁରୋ: ସେବାୟତଙ୍କ ବିବାଦରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବଡ ବିଭ୍ରାଟ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଓପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଯାହାକୁ ନେଇ ଭକ୍ତଙ୍କ ମହଲରେ ଉଦବେଗ ପ୍ରକାଶ ପାଇଛି ।

Advertisment

ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି । ୨୦୨୦ ମସିହାରୁ ଏହି ବିବାଦ ଲାଗି ରହିଛି । ହେଲେ ଏହାର ସମାଧାନ ହୋଇପାରୁ ନାହିଁ । ସେବାୟତ ଗୋଷ୍ଠୀଙ୍କ ବିବାଦରୁ ମହାପ୍ରଭୁଙ୍କ ନୀତି ବନ୍ଦ ହେବା ଘଟଣା ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ରହିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।