ପୁରୀ ଘରୋଡ଼ିଆରେ ସାଂପ୍ରଦାୟିକ ହିଂସା ନେଇଛି ଭୟଙ୍କର ରୂପ : ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି

25

କନକ ବ୍ୟୁରୋ : ସାଂପ୍ରଦାୟିକ ହିଂସାକୁ କେନ୍ଦ୍ରକରି ହୋଇଥିବା ବୋମାମାଡ ପରେ ଅଶାନ୍ତ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଘରୋଡ଼ିଆ ଗାଁ । ଆଜି ବି ଗାଁରେ ଚାପା ଉତେଜନା ଲାଗି ରହିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରଖିଛି ପ୍ରଶାସନ । ଶାନ୍ତି କମିଟି ଗଠନ କରି ବିବାଦର ସମାଧାନ ପାଇଁ ଚେଷ୍ଟା କରୁଛି ପ୍ରଶାସନ । ୨ ପକ୍ଷଙ୍କୁ ନେଇ ଶାନ୍ତି କମିଟି ବୈଠକ ଡେଲାଙ୍ଗ ବ୍ଲକରେ ବସିବାର ସମ୍ଭାବନା ରହିଛି । ତେବେ ଏଥିପାଇଁ ଗୋଟିଏ ପକ୍ଷ ଆସିଥିବା ବେଳେ ଅନ୍ୟପକ୍ଷର ସମସ୍ତ ସଦସ୍ୟ ଆସିନାହାନ୍ତି  ।

ଫଳରେ ସମସ୍ତେ ଉପସ୍ଥିତ ନ ଥିବାରୁ ବୈଠକ ଆରମ୍ଭ ହୋଇନାହିଁ ।  ତେବେ ଗଠିତ ଶାନ୍ତି କମିଟିରେ ଏସପି, ଆଡିସିନାଲ ଏସପି, ସ୍ଥାନୀୟ ତହସିଲଦାର, ଡେଲାଙ୍ଗ ଆଇଆଇସି ରହିଛନ୍ତି । ତେବେ ଗାଁରେ ଏମାନେ ପଂହଚି ଶାନ୍ତି ଫେରାଇ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି । ଗାଁରେ ଏବେବି ପରିସ୍ତିତି ଅଶାନ୍ତ ଥିବାରୁ ଘରୋଡ଼ିଆରେ ୧୪୪ ଧାରା ବଳବତର ରହିଥିବା ବେଳେ ପୁଲିସ ପଇଁତରା ମାରୁଛି ।

୧୦ ପ୍ଲାଟୁନ ଫୋର୍ସ ଗାଁରେ ପଇଁତରା ମାରୁଛନ୍ତି । ପୁରୀ ଏସପି ନିଜେ ଡେଲାଙ୍ଗ ଅଂଚଳରେ ରହି ପରିସ୍ଥିତିର ଅନୁଧ୍ୟାନ କରୁଛନ୍ତି  । ଗତକାଲି ଘରୋଡ଼ିଆରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିବା ବେଳେ ବୋମାମାଡ ମଧ୍ୟ ହୋଇଥିଲା । ଯେଉଁଥିରେ ୪ ଜଣ ଆହତ ହେବା ସହ ବ୍ୟାପକ ଭଙ୍ଗାରୁଜା ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –