କନକ ବ୍ୟୁରୋ: ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ । କିନ୍ତୁ ପ୍ରଦୀପ ମହାଥୀଙ୍କ ପତ୍ନୀ ପ୍ରତିଭା ମହାରଥୀଙ୍କୁ ଟିକେଟ ଦେବା ସପକ୍ଷରେ ଡେଲାଙ୍ଗ ବିଜେଡି ନେତା ଓ କର୍ମୀ ରାତି ଅଧରେ ଡେଲାଙ୍ଗରେ ମେଳି ବାନ୍ଧିଥିଲୋ । ପ୍ରତିଭା ମହିଳା ହୋଇଥିବାରୁ ତାଙ୍କୁ ଟିକେଟ ଦିଆଯାଉ ବୋଲି ନେତା କର୍ମୀ ଖୋଲାଖୋଲି କହିଛନ୍ତି । ତେବେ ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାକୁ ସମସ୍ତେ ମାନିବେ ବୋଲି କହିଛନ୍ତି । ପିପିଲି ଉପନିର୍ବାଚନରେ ବିଜେଡି ମଙ୍ଗ କିଏ ସମ୍ଭାଳିବ ତାକୁ ନେଇ କଳ୍ପନା ଜଳ୍ପନା ଚାଲିଛି । ପୁଅ ରୁଦ୍ର ମହାରଥୀ ଓ ମାଆ ପ୍ରତିଭା ମହାରଥୀଙ୍କ ମଧ୍ୟରୁ କାହାକୁ ଟିକେଟ ମିଳିବ ତାକୁ ନେଇ ସସପେନ୍ସ ରହିଛି । ଏପରି ସମୟରେ ପ୍ରତିଭାଙ୍କ ସମର୍ଥନରେ ଡେଲାଙ୍ଗର ବିଜେଡି ନେତା ମେଳି ବାନ୍ଧିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।