କନକ ବ୍ୟୁରୋ: କରୋନା ସମଗ୍ର ବିଶ୍ବରେ କାୟା ବିସ୍ତାର କରିଥିବା ବେଳେ ଏଥିରୁ ଦେବାଳୟ ବାଦ୍ ପଡ଼ିନି। କରୋନା କଟକଣା ପାଇଁ ମଠ, ମନ୍ଦିରକୁ ଭକ୍ତଙ୍କୁ ବାରଣ କରାଯାଇଛି। ଏହାଛଡ଼ା ଠାକୁରଙ୍କ ଅନେକ ପର୍ବପର୍ବାଣି ବନ୍ଦ ହୋଇଯାଇଛି। ସେହିପରି ଆସନ୍ତା ୨୭ତାରିଖରେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ବିବାହ ଓ ୨୮ରେ ଶୀତଳଷଷ୍ଠୀ ଯାତ୍ରା ନେଇ ଅନିଶ୍ଚିତତା ଦେଖାଦେଇଛି। ଲକଡାଉନ୍ ଖୋଲିବା ଉପରେ ମହାପ୍ରଭୁଙ୍କ ଏହି ପର୍ବ ନିର୍ଭର କରୁଛି।
ପ୍ରକାଶ ଥାଉକି, କରୋନା ପାଇଁ ଚଳିତ ବର୍ଷ ରୁକୁଣା ରଥଯାତ୍ରା ହୋଇପାରିଲା ନାହିଁ। ଏହାପରେ ବିନ୍ଦୁସାଗରରେ ୨୨ଦିନର ବାହାର ଚନ୍ଦନ ମଧ୍ୟ ବନ୍ଦ ରହିଲା। ହେଲେ ମହାପ୍ରଭୁଙ୍କ ବିବାହ ଓ ଶୀତଳଷଷ୍ଠୀକୁ ନେଇ ଏବେଠୁ ଆଶଙ୍କା ସୃଷ୍ଟି ହୋଇଛି। ଆସନ୍ତା ମେ’ ୨୭ତାରିଖରେ ଠାକୁରଙ୍କ ମଙ୍ଗନ କାର୍ଯ୍ୟ ରହିଛି। ଏହି ଦିନ ଅଷ୍ଟମଙ୍ଗଳାଙ୍କୁ ନିମନ୍ତ୍ରଣ କରାଯିବା ସହ ମନ୍ଦିର ଭିତରେ ଥିବା ସମସ୍ତ ଦେବଦେବୀଙ୍କୁ ନିମନ୍ତ୍ରଣ କରାଯାଏ। ସେହିପରି ଠାକୁରଙ୍କ ପ୍ରତ୍ୟାବର୍ତନ ବେଳେ ମଧ୍ୟ ଅନେକ ନୀତିକାନ୍ତି ରହିଛି।
ଏହାକୁ ପୂର୍ବରୁ ପ୍ରସ୍ତୁତି ନକଲେ ସେତେବେଳେ ହଠାତ୍ ଶୀତଳଷଷ୍ଠୀ ବେଳେ ମଧ୍ୟ ଭିଡ଼ ଅଧିକ ହେବା ଆଶଙ୍କା ରହିଛି। ଏହାକୁ ନେଇ ଉଭୟ ସେବାୟତ ଓ ମନ୍ଦିର ପ୍ରଶାସନ ଚିନ୍ତାରେ ରହିଛନ୍ତି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/05/gjdg4jdgj7dg98j7dg98j7d8g9jjjjjjjjjjjjjjjjjjjjjjj-750x430.jpg)