ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା: ଭାଙ୍ଗିଲା ପୋଲ , ଗାଡି ସହ ଭାସିଗଲେ ଚାଳକ, ଉଦ୍ଧାର କାର୍ଯ୍ୟ ଜାରି

199

କନକ ବ୍ୟୁରୋ: ଉତ୍ତରାଖଣ୍ଡରେ ବର୍ଷାର ତାଣ୍ଡବ ଲୀଳା । ଲଗାଣ ବର୍ଷା ଯୋଗୁଁ ଡେରାଡୁନକୁ ଋଷିକେଶ ସହ ସଂଯୋଗ କରୁଥିବା ପୋଲ ଓ ମାଲଦେବତା ସହସ୍ରଧାରା ଲିଙ୍କ ରୋଡ ନଦୀରେ ଭାସିଗଲା । ଫଳରେ ଦୁଇଟି ଗାଡି ସହ ଚାଳକ ଭାସିଯିବା ସହ ଅନେକ ଯାନବାହାନ କ୍ଷତିଗ୍ରସ୍ତ ହୋଇଛି । ନିଖୋଜଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମାଲଦେବତା ଓ ସହସ୍ରଧାରରା ଲିଙ୍କ ରୋଡର ଅର୍ଦ୍ଧେକ ନଦୀରେ ଭାସିଯାଇଥିବା ସୂଚନା ରହିଛି ।ଉତ୍ତରାଖଣ୍ଡର ୫ ଟି ଜିଲ୍ଲା ନୈନିତାଲ, ଚମ୍ପାୱତ୍, ଉଦ୍ଧମସିଂ ନଗର, ବାଗେଶ୍ୱର ଓ ପିଥୌରାଗତ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ନଦୀ ଗୁଡିକ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛନ୍ତି । ଏହା ସହ ଡେରାଡୁନ୍,ଟିହରି ଓ ପୌଡି ଜିଲ୍ଲାରେ ବର୍ଷା ଆଶଙ୍କା ନେଇ ୱେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ।