ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ କରିବେ ଶୁଭାରମ୍ଭ 

Advertisment
ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ କରିବେ ଶୁଭାରମ୍ଭ 

କନକ ବ୍ୟୁରୋ: ଉତ୍ତରାଖଣ୍ଡକୁ ମିଳିବାକୁ ଯାଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବାକୁ ଯାଉଛନ୍ତି । ଏହି ଟ୍ରେନ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ଚାଲିବ ।

କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ରହିବେ । ଏହି ଟ୍ରେନର ଟ୍ରାଏଲ ରନ ମଧ୍ୟ ଆରମ୍ଭ ହୋଇସାରିଛି । ମାତ୍ର ୪ ଘଣ୍ଟା ୧୨ ମିନିଟରେ ଟ୍ରେନଟି ଦିଲ୍ଲୀରୁ ଡେରାଡୁନରେ ପହଞ୍ଚିଛି । ଏହା ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲୁଥିବା ସବୁଠାରୁ ଦ୍ରୁତଗାମୀ ଟ୍ରେନ । ଆଠଟି କୋଚ ଥିବା ମଧ୍ୟରୁ ୭ଟି ବାତାନୁକୁଳିତ ଶ୍ରେଣୀର । ଏଥିରେ ଚେୟାର କାର ସିଟ ରହିଛି । ପ୍ରତ୍ୟେକ କୋଚରେ ୭୬ଟି ଲେଖାଏଁ ସିଟ ରହିଛି । ସେହିଭଳି ଗୋଟିଏ ଏକଜ୍ୟୁକେଟିଭ ଶ୍ରେଣୀର ରୋଲିଂ ଚେୟାର ବଗି ରହିଛି । ଏହି ଚେୟାର ଗୁଡିକ ୧୮୦ ଡିଗ୍ରୀ ଯାଏ ବୁଲିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe