ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ କରିବେ ଶୁଭାରମ୍ଭ 

ଉତ୍ତରାଖଣ୍ଡରୁ ଦିଲ୍ଲୀକୁ ଗଡିବ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ। ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ କରିବେ ଶୁଭାରମ୍ଭ 

କନକ ବ୍ୟୁରୋ: ଉତ୍ତରାଖଣ୍ଡକୁ ମିଳିବାକୁ ଯାଉଛି ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଉତ୍ତରାଖଣ୍ଡର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସକୁ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିବାକୁ ଯାଉଛନ୍ତି । ଏହି ଟ୍ରେନ ଡେରାଡୁନରୁ ଦିଲ୍ଲୀ ମଧ୍ୟରେ ଚାଲିବ ।

କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଉପସ୍ଥିତ ରହିବେ । ଏହି ଟ୍ରେନର ଟ୍ରାଏଲ ରନ ମଧ୍ୟ ଆରମ୍ଭ ହୋଇସାରିଛି । ମାତ୍ର ୪ ଘଣ୍ଟା ୧୨ ମିନିଟରେ ଟ୍ରେନଟି ଦିଲ୍ଲୀରୁ ଡେରାଡୁନରେ ପହଞ୍ଚିଛି । ଏହା ଦିଲ୍ଲୀରୁ ଡେରାଡୁନ ମଧ୍ୟରେ ଚାଲୁଥିବା ସବୁଠାରୁ ଦ୍ରୁତଗାମୀ ଟ୍ରେନ । ଆଠଟି କୋଚ ଥିବା ମଧ୍ୟରୁ ୭ଟି ବାତାନୁକୁଳିତ ଶ୍ରେଣୀର । ଏଥିରେ ଚେୟାର କାର ସିଟ ରହିଛି । ପ୍ରତ୍ୟେକ କୋଚରେ ୭୬ଟି ଲେଖାଏଁ ସିଟ ରହିଛି । ସେହିଭଳି ଗୋଟିଏ ଏକଜ୍ୟୁକେଟିଭ ଶ୍ରେଣୀର ରୋଲିଂ ଚେୟାର ବଗି ରହିଛି । ଏହି ଚେୟାର ଗୁଡିକ ୧୮୦ ଡିଗ୍ରୀ ଯାଏ ବୁଲିପାରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe