ବିଏମସି ଇଞ୍ଜିନିୟରଙ୍କ ପ୍ରଶଂସନୀୟ କାର୍ଯ୍ୟ: ହସ୍ପିଟାଲ ଶଯ୍ୟାରୁ ଉଠି ଆସି ପୁନରୁଦ୍ଧାର କାର୍ଯ୍ୟରେ ହେଲେ ସାମିଲ, କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ମେଡିକାଲିରେ ହେଉଥିଲେ ଚିକିତ୍ସିତ

142

କନକ ବ୍ୟୁରୋ: ପ୍ରଳୟଙ୍କରୀ ବାତ୍ୟା ଫୋନିର ପ୍ରକୋପରେ ଛାରଖାର ହୋଇଯାଇଛି ଭୁବନେଶ୍ୱରର ସବୁଜିମା । ବାତ୍ୟାରେ ସଂପୂର୍ଣ୍ଣ ରୂପେ ଧ୍ୱଂସ ସ୍ତୁପ ପାଲଟି ଯାଇଛି ରାଜଧାନୀ । ପ୍ରଳୟଙ୍କରୀ ବାତ୍ୟା ଫୋନୀକୁ ଦୁଇ ସପ୍ତାହ ବିତି ଗଲାଣି ହେଲେ ଅନେକ ଅଞ୍ଚଳରେ ସ୍ଥିତି ସ୍ୱଭାବିକ ହୋଇପାରିନାହିଁ । ଅନେକ ଅଂଚଳରେ ବିଜୁଳୀ ନାହିଁ, ରାଜଧାନୀରେ ପାଣି ପାଇଁ ଲୋକେ । ଆଉ ଏହି ସବୁ ସମସ୍ୟାର ସମାଧାନ ପାଇଂ ଏବଂ ଭୁବନେଶ୍ୱରର ପୁନରୁଦ୍ଧାର ତଥା ରାଜଧାନୀର ସୌନ୍ଦର୍ଯ୍ୟ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ଯୁଦ୍ଧ କାଳୀନ ଭିର୍ତ୍ତିରେ କାମ ଚାଳିଛି । ଏଥିପାଇଁ ବିଏମସି, ପୂର୍ତ୍ତ, ଅଗ୍ନିଶମ , ଏଡ୍ରାଫ, ଏନଡିଆରଏଫ୍ ଟିମ ଦିନରାତି ଏକ କରିଦେଇଛନ୍ତି ।

 

ତେବେ ଏମାନଙ୍କ ଭିତରେ ଜଣେ ଏମିତି ଅଧିକାରୀ ଥିଲେ ଯିଏ ହସ୍ପିଟାଲ ଶଯ୍ୟାରୁ ଉଠିକି ଆସି ପୁନରୁଦ୍ଧାର କାର୍ଯ୍ୟରେ ସାମିଲ୍ ହୋଇଥିଲେ। ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ ହେଁ ସେ ରାସ୍ତା ଉପରେ ଛିଡ଼ା ହୋଇ କାମ ତଦାରଖ କରୁଥିଲେ। ଏହି ଅଧିକାରୀ ଜଣଙ୍କ ହେଲେ ବିଏମସିର ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାସ ଚନ୍ଦ୍ର ଜେନା। କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ଶ୍ରୀ ଜେନା ଗତ ଡିସେମ୍ବରରୁ ସପ୍ତାହକୁ ଦୁଇ ଦିନ ଡାଏଲେସିସ୍ କରୁଥିବାବେଳେ ବାତ୍ୟା ଦିନ ସେ ଏକ ଘରୋଇ ହସ୍ପିଟାଲରେ ଡାଏଲେସିସ୍ କରିଥିଲେ। କିନ୍ତୁ ବାତ୍ୟାର ପ୍ରଳୟ ତାଙ୍କୁ କାମ କରିବାକୁ ଅଟକାଇ ପାରିନଥିଲା। ବିଏମସିର ୱାର୍ଡ ୩୦ ଓ ୩୪ରେ ତାଙ୍କର ଡ୍ୟୁଟି ପଡ଼ିଥିବାବେଳେ ସେ ଶନିବାର ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଅଞ୍ଚଳରେ ଛିଡ଼ା ହୋଇ କାର୍ଯ୍ୟ ତଦାରଖ କରିଥିଲେ। ଶ୍ରୀ ଜେନାଙ୍କର ଏଭଳି କାର୍ଯ୍ୟକୁ ଉଚ୍ଚ ଅଧିକାରୀମାନେ ଏବେ ପ୍ରଶଂସା କରୁଛନ୍ତି।