ଜୁନ୍ ୧ରୁ ୩୦ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିିଆ ବର୍ଷା । ୧୭ ଜିଲ୍ଲାରେ ଆବଶ୍ୟକତା ଠାରୁ କମ୍ ବର୍ଷା ରେକର୍ଡ । ମୟୂରଭଞ୍ଜରେ ୬୭ ପ୍ରତିଶତ କମ୍ ବର୍ଷା  ।

323

କନକ ବ୍ୟୁରୋ: ରାଜ୍ୟରେ ନିଅଣ୍ଟିଆ ବର୍ଷା ଚିନ୍ତା ବଢ଼ାଇଛି । ଚଳିତମାସ ରାଜ୍ୟରେ ନିଅଣ୍ଟିିଆ ବର୍ଷା ହୋଇଛି । ଜୁନ୍ ୧ରୁ ଜୁନ୍ ୩୦ ଯାଏଁ ଯେତିକି ସ୍ୱାଭାବିକ ବର୍ଷା ହେବା କଥା, ତାଠାରୁ ୨୭ ପ୍ରତିଶତ କମ୍ ବର୍ଷା ହୋଇଛି । ୧୭ଟି ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍ ବର୍ଷା ହୋଇଛି । ତେବେ ମୟୂରଭଂଜ ଜିଲ୍ଲାରେ ସବୁଠୁ କମ୍ ବର୍ଷା ହୋଇଛି । ମୟୂରଭଞ୍ଜରେ ୬୭ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ରାଜ୍ୟରେ ଏପର୍ଯ୍ୟନ୍ତ ରାଜ୍ୟରେ ୧୫୩ ଦଶମିକ ୬ ମିଲିମିଟର ବର୍ଷା ହୋଇଛି । ୧୨ଟି ଜିଲ୍ଲାରେ ଚଳିତମାସ ସ୍ୱାଭାବିକ ବର୍ଷା ହୋଇଥିବା ବେଳେ କେବଳ ମାଲକାନଗିରିରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇଛି ।