ଭାରତୀୟ ନୌସେନାର ଶକ୍ତିକୁ ଦ୍ୱିଗୁଣ ବଢାଇବା ପାଇଁ ରକ୍ଷା ମନ୍ତ୍ରାଳୟ ତରଫରୁ ୧୦୦ ହେବିୱେଟ୍ ଟାରପିଡୋ ମିସାଇଲ୍ କିଣିବା ପାଇଁ ୨୦୦୦ କୋଟି ଟଙ୍କାର ଟେଣ୍ଡର ଜାରି କରାଯାଇଛି । ଯାହା ମୁମ୍ବାଇ ସ୍ଥିତ ମଝଗାଓଁ ଡାକୟାର୍ଡରେ ପ୍ରସ୍ତୁତ ହେଉଥିବା ନୌସେନାର ୬ ସ୍କାର୍ପିନ୍ ଶ୍ରେଣୀର ପନଡୁବିଓଁରେ ରଖାଯିବ । ଏନେଇ ନ୍ୟୁଜ୍ ଏଜେନ୍ସୀ ଏଏନଆଇ ତରଫରୁ କୁହାଯାଇଥିଲା ଯେ ୧୦ ଦିନ ପୂର୍ବରୁ ୧୦୦ ହେଭିୱେଟ୍ ଟାରପିଡୋ ପାଇଁ ଟେଣ୍ଡର ଜାରି କରାଯାଇଥିଲା । ଫ୍ରାନ୍ସର ଏହି ମିସାଇଲ୍ ଭାରତର ମଜଗନ୍ ଡାକୟାର୍ଡସ୍ ଲିମିଟେଡ୍ ରେ ପ୍ରସ୍ତୁତ କରାଯାଉଛି । ଯାହାକୁ କଲବାରୀ କ୍ଲାସର ନାଁ ଦିଆଯାଇଛି । ଏହାର ପ୍ରଥମ ସବମରିନ୍ କୁ ନୌସେନାର ସାମିଲ କରାଯାଇଛି ଯାହା ଏ ପର୍ଯ୍ୟନ୍ତ ଅପରେସନ୍ ମୁଡରେ ରହିଛି ।
ଡିଆରଡିଓ ପନଡୁବିଓଁ ଏବଂ ଅନ୍ୟ ଜାହାଜ ପାଇଁ ନିଜର ହାଲୁକା ଟାରପିଡୋର ଆଗାମୀ ସଂସ୍କରଣରେ ହେଭିୱେଟ୍ ଟାରପିଡୋର ବ୍ୟବହାର କରିବାର ପ୍ରୟାସରେ ଅଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/07/RTS1LVIV.jpg)
/kanak/media/post_attachments/wp-content/uploads/2019/07/submarine_750_1563203557_618x347-300x168.jpeg)