ଜମ୍ମୁକାଶ୍ମୀରରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ସ୍ଥିତି ସମୀକ୍ଷା: ସେନାଧିକାରୀଙ୍କ ସହ କଲେ ଉଚ୍ଚସ୍ତରୀୟ ବୈଠକ, ବଢ଼ାଇଲେ ଯବାନଙ୍କ ମନୋବଳ

69

କନକ ବ୍ୟୁରୋ: ପୁଂଚରେ ଆତଙ୍କୀ ହମଲା ଘଟଣା । ଜମ୍ମୁ କାଶ୍ମୀର ଗସ୍ତରେ ଯାଇ ସୁରକ୍ଷା ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ପ୍ରଥମେ ସେନାର ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିବା ସହ ସୀମାନ୍ତ ଅଂଚଳବାସୀ ଏବଂ ଶହୀଦ ଯବାନଙ୍କ ପରିବାରକୁ ଭେଟିଛନ୍ତି କେନ୍ଦ୍ରମନ୍ତ୍ରୀ । ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ବୀର ଯବାନଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ଆତଙ୍କୀଙ୍କୁ ନିପାତ ପାଇଁ ସେନା ସବୁବେଳେ ପ୍ରସ୍ତୁତ ରହିଛି । ଶତ୍ରୁ ଯେଉଁଠି ଲୁଚିଥିଲେ ବି ତାକୁ ନିପାତ କରାଯିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । କିଛି ଦିନ ତଳେ ଜମ୍ମୁ କଶ୍ମୀର ସୀମାରେ ଆତଙ୍କୀ ହମଲାରେ ଶହୀଦ ହୋଇଥିଲେ ୪ଜଣ ଯବାନ । ଏହାପରେ ସୀମାରେ ଭାରତୀୟ ସେନା ଆଲର୍ଟ ମୋଡକୁ ଆସିଥିବା ବେଳେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।