ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତଙ୍କ ବୟ ବୟାନ: ଡ୍ରାଗନ ଉପରେ କମୁଛି ଭରସା, କେତେବେଳେ ବି କରିପାରେ ଯୁଦ୍ଧ

127

କନକ ବ୍ୟୁରୋ: ଭାରତ ସୁରକ୍ଷା ପାଇଁ ଏବେ ସବୁଠାରୁ ବଡ ବିପଦ ହେଉଛି ଚୀନ । ଏଭଳି ଚିନ୍ତାଜନକ ସୂଚନା ଦେଇଛନ୍ତି ପ୍ରତିରକ୍ଷା ମୁଖ୍ୟ ଜେନେରାଲ ବିପିନ ରାୱତ । ସେ କହିଛନ୍ତି ଚୀନ ଉପରେ ଭରସା କମିବା ସହ ସନ୍ଦେହ ବଢିବାରେ ଲାଗିଛି । କାରଣ ଏବେ ବି ସୀମାରେ ସେନା ମୁତୟନ କରୁଛି ଡ୍ରାଗନ । ଯାହା ଭାରତ ପାଇଁ ବଡ ବିପଦ ।

ଭାରତ ସୁରକ୍ଷା ପାଇଁ ସବୁଠାରୁ ବଡ ବିପଦ ହୋଇ ଛିଡାହୋଇଛି ଚୀନ । ଏଭଳି ବୟାନ ଦେଇଛନ୍ତି ସିଡିଏସ ଜେନେରାଲ ବିପିନ ରାୱତ । ଚୀନ ସହ ଲାଗି ରହିଥିବା ସୀମା ବିବାଦ ଆଗକୁ ଆହୁରି ଉକ୍ରଟ ହୋଇପାରେ ବୋଲି ମଧ୍ୟ କହିଛନ୍ତି ଜେନେରାଲ ରାୱତ । ଏହାସହ ଲଦାଖ ସୀମାରେ ଗତ ବର୍ଷରୁ ଚୀନ ବଢାଇଥିବା ନିଜ ସୈନ୍ୟବଳ ଏବେ ବି ମୁତୟନ ହୋଇ ରହିଛି । ଏହାକୁ ଅଣଦେଖା କରିବା ଉଚିତ୍ ହେବ ନାହିଁ ବୋଲି କହିଛନ୍ତି ସିଡିଏସ ରାୱତ ।

ସେପଟେ ଜେନେରାଲ ବିପିନ ରାୱତ କହିଛନ୍ତି ଚୀନ ସହ ଗତ ବର୍ଷ ଜୁନ ମାସରୁ ଲାଗି ରହିଥିବା ସୀମା ବିବାଦ ଆଲୋଚନା ଜରିଆରେ ଶେଷ କରିବାକୁ ଚେଷ୍ଟା କରୁଛି ଭାରତ ।

– ସୀମା ବିବାଦ ନେଇ ଚୀନ ସହ ୧୩ତମ କମାଣ୍ଡର ସ୍ତରୀୟ ବୈଠକ ଶେଷ ହୋଇଛି
– ଏବେବି ହଜାର ହଜାର ଡ୍ରାଗନ ସେନା ଲଦାଖ ଓ ଅରୁଣାଚଳ ପ୍ରଦେଶ ସୀମାରେ ମୁତୟନ
– ବିବାଦୀୟ କ୍ଷେତ୍ରରେ ଚୀନ ଅସ୍ତ୍ରଶସ୍ତ୍ର ଠୁଳ କରିବା ସହ ଭିତ୍ତିଭୂମି ସୁଦୃଢ କରିଚାଲିଛି

ଫଳରେ ଚୀନ ଉପରେ ଧୀରେ ଧୀରେ ଭରସା ତୁଟିବା ସହ ସନ୍ଦେହ ବଢୁଥିବା କହିଛନ୍ତି ପ୍ରତିରକ୍ଷା ମୁଖ୍ୟ ଜେନେରାଲ ରାୱତ । କୌଣସି ବି ମୁହୂର୍ତରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ଆଶଙ୍କା ରହିଛି । ଯାହାକୁ ନେଇ ଭାରତ ମଧ୍ୟ ପ୍ରସ୍ତୁତ ରହିଥିବା କହିଛନ୍ତି ଜେନେରାଲ ରାୱତ ।

– ଭାରତ ମଧ୍ୟ ସୀମାରେ ଭିତ୍ତିଭୂମି ବଢାଉଛି
– ଅରୁଣାଚଳ ପ୍ରଦେଶ ସୀମାରେ ଭାରତ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ମୁତୟନ କରୁଛି
– ଉଭୟ ସ୍ଥଳଭାଗ ଓ ଜଳଭାଗରେ ଚୀନକୁ ଜବାବ ଦେବାକୁ ପ୍ରସ୍ତୁତ ଅଛି ଭାରତ

ଜୁନ୍-୨୦୨୦ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମଧ୍ୟରେ ହିଂସାତ୍ମକ ସଂଘର୍ଷ ପରେ ଉଭୟ ଦେଶ ସୀମାରେ ନିଜ ସୈନ୍ୟବଳ ବଢାଇବା ସହ ବ୍ୟାପକ ଅସ୍ତ୍ରଶସ୍ତ୍ର ମଧ୍ୟ ମୁତୟନ କରୁଛନ୍ତି । ଆଉ ଏବେ ଜେନେରାଲ ବିପିନ ରାୱତଙ୍କ ଏଭଳି ବୟାନ ସ୍ପଷ୍ଟ କରୁଛି, ସୀମାରେ କେବେ ବି ସୃଷ୍ଟି ହୋଇପାରେ ଯୁଦ୍ଧ ଭଳି ପରିସ୍ଥିତି ।