ଆଇପିଏଲ୍‌ : ରାଜସ୍ଥାନକୁ ହରାଇ ପ୍ଲେ ଅଫ୍ ନିଟକତର ଗୁଜରାଟ

135

କନକ ବ୍ୟୁରୋ : ଚାମ୍ପିୟନ ଲକ୍ଷ୍ୟରେ ଗତଥରର ଚାମ୍ପିୟନ ଟିମ୍ ଗୁଜରାଟ ଟାଇଟନ୍ସ । ଗତାକଲି ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ୯ ୱିକେଟରେ ବିଜୟ ହାସଲ କରିଛି ଗୁଜରାଟ । ହାର୍ଦ୍ଦିକ ପଣ୍ଡ୍ୟାାଙ୍କ ଅଲରାଉଣ୍ଡ ପଦର୍ଶନ ଏବଂ ରସିଦ ଖାନଙ୍କ ଘାତକ ବୋଲି ଯୋଗୁଁ ମ୍ୟାଚକୁ ସହଜରେ ଜିତିନେଇଛି ଗୁଜରାଟ ଟାଇଟନ୍ସ । ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ନିର୍ଦ୍ଧାରିତ ଓଭରରେ ୧୧୮ ରନ କରିବାରେ ସକ୍ଷମ ହୋଇଥିଲା ।

ଗୁଜରାଟ ପକ୍ଷରୁ ରସିଦ ଖାନ ୧୪ ରନ ଦେଇ ତିନିଟି ୱିକେଟ ନେଇଯାଇଥିଲେ । ଗୁଜରାଟ ମାତ୍ର ୧୩ ଓଭର ୫ ଟି ବଲ ଖେଳି ବିଜୟ ହାସଲ କରିନେଇଥିଲା । ଏହି ମ୍ୟାଚ ବିଜୟ ପରେ ଗୁଜରାଟ ପ୍ଲେ ଅଫର ନିକଟତର ହୋଇଯାଇଛି । ପ୍ରଥମ ଟିମ ଭାବେ ୧୦ଟି ମ୍ୟାଚରୁ ୭ଟି ବିଜୟୀ ହେବା ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ଗୁଜରାଟ ଟାଇଟନ୍ସ । ଗୁଜରାଟ ଟାଇଟନ୍ସ ସର୍ବାଧିକ ୧୪ ପଏଣ୍ଟ ପାଇଥିବା ବେଳ ଲକ୍ଷ୍ନୌ ଏବଂ ଚେନ୍ନାଇ ୧୧ ଲେଖାଏଁ ପଏଣ୍ଟ ପାଇଁ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ଅଛନ୍ତି ।

ତେବେ ଆଜି ମୁମ୍ବାଇ ଇଣ୍ଡିଆନ୍ସ- ଏବଂ ଚେନ୍ନାଇ ସୁପର କିଙ୍ଗିସ୍ ମଧ୍ୟରେ ଖେଳାଯିବ ହାଇଭଲଟେଜ ମ୍ୟାଚ । ଉଭୟ ଦଳର ଏବେ ପୁରା ଫର୍ମରେ ଥିବା ବେଳେ ମ୍ୟାଚକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ଦେଖିବାକୁ ମିଳିଛି ।