କନକ ବ୍ୟୁରୋ: ଭାରତୀୟ ସଶସ୍ତ୍ର ବାହିନୀରେ କାର୍ୟ୍ୟରତ ମହିଳା ସୈନିକ, ନାବିକ ଓ ବାୟୁସେନା ଯୋଦ୍ଧାମାନଙ୍କୁ ସମାନ ମାତୃତ୍ୱ, ଶିଶୁ ଯତ୍ନ ଏବଂ ଶିଶୁ ପୋଷ୍ୟ ସନ୍ତାନ ଗ୍ରହଣ ଛୁଟି ପ୍ରଦାନ କରୁଥିବା ଏକ ଅଭୂତପୂର୍ବ ପ୍ରସ୍ତାବକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଅନୁମୋଦନ କରିଛନ୍ତି। ଏହି ନୂଆ ନିୟମ ସବୁ ପଦବୀର ମହିଳା କର୍ମଚାରୀଙ୍କ ମଧ୍ୟରେ ସମାନତା ଆଣିବ। ଅଫିସରମାନେ ଯେଭଳି ଛୁଟିର ଲାଭ ପାଉଛନ୍ତି ଅନ୍ୟ ସମସ୍ତ ମହିଳା ସୈନିକ ଓ କର୍ମଚାରୀ ସେହି ସମାନ ଲାଭ ପାଇପାରିବେ। ଛୁଟି ନିୟମର ସମ୍ପ୍ରସାରଣ ସେନାରେ କାର୍ୟ୍ୟରତ ମହିଳାମାନଙ୍କ ପାଇଁ ବିଭିନ୍ନ ପାରିବାରିକ ଏବଂ ସାମାଜିକ ସମସ୍ୟାର ସମାଧାନ କରିବ ଏବଂ ସେମାନଙ୍କ କାର୍ୟ୍ୟ ଅବସ୍ଥାରେ ଉନ୍ନତି ଆଣିବ। ଏହାଦ୍ୱାରା ସେମାନେ ସେମାନଙ୍କ ବୃତ୍ତିଗତ ଏବଂ ପାରିବାରିକ ଜୀବନକୁ ଅଧିକ ପ୍ରଭାବଶାଳୀ ଭାବରେ ସନ୍ତୁଳିତ କରିପାରିବେ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ କୁହାଯାଇଛି।
୨୦୧୯ରେ ଭାରତୀୟ ସେନାରେ ମହିଳାମାନଙ୍କୁ ମିଲିଟାରି ପୁଲିସ କର୍ପସରେ ସୈନିକ ଭାବେ ନିଯୁକ୍ତି ଦିଆଯାଇ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରାଯାଇଛି। ଏହି ନିଷ୍ପତ୍ତି ଲିଙ୍ଗଗତ ସମାନତା ପାଇଁ ସଶସ୍ତ୍ର ବାହିନୀର ଆଭିମୁଖ୍ୟରେ ଏକ ବିରାଟ ପରିବର୍ତ୍ତନକୁ ସୂଚାଇଥାଏ। ପୂର୍ବରୁ ମାତୃତ୍ବ ଓ ଶିଶୁ ଯତ୍ନ ସୁବିଧା ମୁଖ୍ୟତଃ ମହିଳା ଅଧିକାରୀଙ୍କ ପାଇଁ ଉପଲବ୍ଧ ହେଉଥିଲା ଏବଂ ଅନ୍ୟ ପଦବୀ ପାଇଁ ସୀମିତ ବିକଳ୍ପ ରହିଥିଲା।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)
/kanak/media/post_attachments/wp-content/uploads/2023/11/army.jpg)