କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଶକ୍ତି ଦ୍ୱିଗୁଣିତ ହେବାକୁ ଯାଉଛି । ଏନେଇ ରକ୍ଷାମନ୍ତ୍ରଣାଳୟ ତରଫରୁ ଭାରତୀୟ ବାୟୁସେନା ପାଇଁ ଏକ ବଡ କ୍ରୟ ଉପରେ ମଞ୍ଜୁରୀ ପ୍ରଦାନ କରିଛନ୍ତି । କୁହାଯାଉଛି କି ରକ୍ଷା ମନ୍ତ୍ରଣାଳୟ ତରଫରୁ ୧୨ ଟି ସୁଖୋଇ ୩୦ଏମକେଆଇ ଯୁଦ୍ଧ ବିମାନ କିଣିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ସବୁଠାରୁ ବଡକଥା ଏହି ସବୁ ବିମାନକୁ ମେକ୍ ଇନ୍ ଇଣ୍ଡିଆ ଯୋଜନା କ୍ରମରେ ହିନ୍ଦୁସ୍ତାନ ଏରୋନେଟିକ କମ୍ପାନୀ ନିର୍ମାଣ କରିବ । ଅର୍ଥାତ ଏହାର ନିର୍ମାଣ ଭାରତରେ ହିଁ ହେବ ।

Advertisment

ଋକ୍ଷା ଅଧିକାରୀଙ୍କ କହିବା ମୁତାବକ ୧୧ହଜାର କୋଟି ଟଙ୍କାର ଏହି ପରିଯୋଜନାରେ ବିମାନ ଓ ଏହା ସମ୍ବନ୍ଧିତ ଗ୍ରାଉଣ୍ଡ ସିଷ୍ଟମ ସାମିଲ ହେବ । ବିମାନର ଆବଶ୍ୟକତା ମୁତାବକ ସାମଗ୍ରୀ ସାମିଲ କରାଯିବ । ସୂଚନା ମୁତାବକ ଏହି ୧୨ଟି ବିମାନ ସେହି ୧୨ଟି ବିମାନ ସ୍ଥାନରେ ଆସିବ ଯାହା ପୂର୍ବରୁ ଦୁର୍ଘଟଣା କାରଣରୁ ନଷ୍ଟ ହୋଇଯାଇଛି । ଏହି ବିମାନର ସ୍ୱତନ୍ତ୍ରତା ହେଉଛି ଏହା ଆକାଶରୁ ମାଟି ଓ ମାଟିରୁ ଆକାଶ ଏକା ସାଥୀରେ ଯୁଦ୍ଧ ଲଢିପାରିବ ।

ଏହି ବିମାନକୁ ଭାରତୀୟ ବାୟୁସେନାର ସବୁଠାରୁ ଶକ୍ତିଶାଳୀ ବିମାନ ବୋଲି ଗଣନା କରାଯାଏ । ଏହାର ସ୍ୱତନ୍ତ୍ରତା ହେଉଛି ଏହା ତୀବ୍ର ଏବଂ ଧୀର ଗତିରେ ମଧ୍ୟରେ ପବନରେ ନିଜର କଳା କୌଶଳ ଦେଖାଇବାରେ ସମର୍ଥ ହୋଇଥାଏ । ଏହି ବିମାନରେ ଦୁଇଟି ଇଂଜିନ ସହ ଦୁଇଜଣ ଚାଳକ ବସିବା ପାଇଁ ସ୍ଥାନ ରହିଥାଏ । ସୁଖୋଇ ବିମାନ ୩ ହଜାର କିଲୋମିଟର ପର୍ଯ୍ୟନ୍ତ ଆକ୍ରମଣ କରିବାର କ୍ଷମତା ରଖିଛି ।