ପାକିସ୍ତାନଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଚେତାବନୀ: ଦେଶକୁ ଆତଙ୍କବାଦୀ ପଠାଇଲେ ମୁହଁତୋଡ ଜବାବ ଦେବ ଭାରତ

153

କନକ ବ୍ୟୁରୋ: ପାକିସ୍ତାନକୁ କଡା ଚେତାବନୀ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଉତରାଖଣ୍ଡ ଗସ୍ତରେ ଥିବା ରାଜନାଥ ସିଂ ଶୁକ୍ରବାର ଏକ ସଭାକୁ ସମ୍ବୋଧନ କରିବା ସମୟରେ ପାକ୍କୁ ଦେଇଛନ୍ତି ଚେତାବନୀ । କହିଲେ, ଭାରତରେ ଆତଙ୍କୀ ଯୋଜନା କଲେ ତାଙ୍କ ଦେଶରେ ପଶି ସର୍ଜିକାଲ ଷ୍ଟ୍ରାଇକ୍ କରିବେ ଭାରତୀୟ ଯବାନ ।

ଶୁକ୍ରବାର ଉତରାଖଣ୍ଡର ସୁରକ୍ଷା ସ୍ଥିତିର ସମୀକ୍ଷା କରିଛନ୍ତି ପ୍ରତିରକ୍ଷାମନ୍ତ୍ରୀ । ଏଥିସହ ଆଇଟିବିପି ଯବାନଙ୍କୁ ଭେଟି ସେମାନଙ୍କ ମନୋବଳ ବୃଦ୍ଧି କରିଛନ୍ତି । ଯବାନଙ୍କୁ ସମ୍ବୋଧିତ କରିବା ସମୟରେ ଶତ୍ରୁମାନଙ୍କୁ ସତର୍କ କରାଇଛନ୍ତି ରାଜନାଥ ସିଂହ । ଯଦି ଭାରତ ଉପରକୁ ଖରାପ ଦୃଷ୍ଟିରେ ଚାହିଁବେ ତାହାଲେ ସେମାନଙ୍କୁ ମୁହଁ ତୋଡ ଯବାବ ଦିଆଯିବ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ।