କରୋନା ଆକ୍ରାନ୍ତ ହେଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଟ୍ୱିଟ୍ କରି ଦେଲେ ସୂଚନା ।

81

କନକ ବ୍ୟୁରୋ : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କରୋନାରେ ସଂକ୍ରମିତ ହୋଇଛନ୍ତି । କୋଭିଡ୍ ପଜିଟିଭ୍ ହୋଇଥିବା ନେଇ ନିଜେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଏବେ ହୋମ୍ ଆଇସୋଲେସନରେ ଅଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ । ଏହା ସହ ତାଙ୍କ ମଧ୍ୟରେ କରୋନାର ସାମାନ୍ୟ ଲକ୍ଷଣ ଦେଖାଯାଉଥିବା ସେ ଜଣାଇଛନ୍ତି।

ଟ୍ୱିଟ୍ କରି ସେ ଲେଖିଛନ୍ତି, ‘ମୁଁ ଆଜି ସାମାନ୍ୟ ଲକ୍ଷଣ ସହିତ କରୋନା ଆକ୍ରାନ୍ତ ହୋଇଛି । ମୋର ରିପୋର୍ଟ ପଜିଟିଭ୍ ଆସିଛି । ରିପୋର୍ଟ ପଜିଟିଭ ଆସିବା ପରେ ମୁଁ ଘର ନିଜକୁ ସଙ୍ଗରୋଧ କରିଛି । ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି ସେମାନେ ନିଜକୁ ସଙ୍ଗରୋଧ କରନ୍ତୁ ଏବଂ କରୋନା ପରୀକ୍ଷା କରାଇନିଅନ୍ତୁ ।

ଏବେ ଦେଶରେ ଓମିକ୍ରନ ଭାରିଆଣ୍ଟ ତାଣ୍ଡବ ରଚୁଥିବା ବେଳେ ସତର୍କ ରହିବାକୁ କହୁଛନ୍ତି ସରକାର । ଏହା ଅଧିକ ସଂକ୍ରାମକ ଥିବାରୁ ସଂକ୍ରମିତଙ୍କ ସଂଖ୍ୟା ୫,୦୦୦ରୁ ବଢ଼ି ୧ଲକ୍ଷ ପାର କରିଛି । ଆଜି ଦେଶରେ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ କରୋନା ଭାଇରସ୍‌ ଜନିତ ନୂତନ ସଂକ୍ରମଣ ଓ ୧୪୬ମୃତ୍ୟୁ ରେକର୍ଡ କରାଯାଇଛି । ଗତକାଲି ଠାରୁ ଆଜିର ସଂକ୍ରମଣ ହାର ୧୨.୬% ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୭,୦୭,୭୨୭ରେ ପହଞ୍ଚିଛି ।