ତେଜସ୍ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ତେଜସ ଉଡାଇଛନ୍ତି ରାଜନାଥ । ବେଙ୍ଗାଲୁରୁର ହାଲ୍ ଏୟାରବେସ୍ ରୁ ଏହି ଉଡାଣ ହୋଇଛି । ଦେଶର ପ୍ରଥମ ପ୍ରତିରକ୍ଷା ମନ୍ତ୍ରୀ ଭାବେ ରାଜନାଥ ଆଜି ତେଜସ୍ ରେ ଉଡିଛନ୍ତି। ୩ ବର୍ଷ ପୂର୍ବେ ତେଜସକୁ ଦେଶର ବାୟୁସେନାରେ ସାମିଲ କରାଯାଇଥିଲା । ଏବେ ତେଜସର ଅପଗ୍ରେଡ୍ ଭର୍ସନ୍ ଆସିବାର ଅଛି । ତେଜସର ପ୍ରଥମ ଉଡାଣ ୪ ଜାନୁଆରୀ ୨୦୦୧ ମସିହାରେ ଭରିଥିଲା । ତେଜସ୍ ହେଉଛି ଦେଶର ସ୍ୱଦେଶୀ ମଲ୍ଟିରୋଲ୍ ଫାଇଟର ଜେଟ୍ । ତେବେ ଆସନ୍ତୁ ଜାଣିବା ଭାରତକୁ କାହିଁକି ନିର୍ମାଣ କରିବାକୁ ପଡିଲା ତେଜସ୍ ଫାଇଟର ଜେଟ୍ ।
Flying on ‘Tejas’, an Indigenous Light Combat Aircraft from Bengaluru’s HAL Airport was an amazing and exhilarating experience.
Tejas is a multi-role fighter with several critical capabilities. It is meant to strengthen India’s air defence capabilities. pic.twitter.com/jT95afb0O7
— Rajnath Singh (@rajnathsingh) September 19, 2019
ଋଷ ଠାରୁ ଆସିଥିବା ମିଗ୍ ୨୧ ଫାଇଟର ବିମାନ ଏବେ ପୁରୁଣା ହୋଇଗଲାଣି । ଏହି କାରଣରୁ ବାୟୁସେନାର ଅନେକ ଜବାନ ବି ସହିଦ ହୋଇ ସାରିଛନ୍ତି । ଏହି କାରଣରୁ ମିଗ୍ ୨୧ କୁ ଫ୍ଲାଇଂ କଫିନ୍ ବୋଲି କୁହାଯାଉଥିଲା । କାରଣ ଶତ୍ରୁ ସହିତ ବିନା ଲଢେଇରେ ଦେଶର ୪୬୫ ମିଗ୍ ବିମାନ ଆକାଶରୁ ଖସି ସାରିଛି । ଯୁଦ୍ଧ ଭୂମିରେ ନଷ୍ଟ ହୋଇଛି ମାତ୍ର ୧୧ଟି ମିଗ୍ ୨୧ ବିମାନ । ୧୯୮୦ରେ ପ୍ରଥମ ଥର ବାୟୁସେନାରେ ପ୍ରବେଶ କରିଥିଲା ମିଗ୍ ୨୧ । ଏହା ମଧ୍ୟରେ ପ୍ରାୟ ୩୯ ବର୍ଷ ବିତି ସାରିଲାଣି । ଏପରି ସ୍ଥିତିରେ ମିଗ୍ ୨୧ ସ୍ଥାନ ନେବାକୁ ପ୍ରଥମ ଥର ୨୦୦୧ ଜାନୁଆରୀ ୪ ତାରିଖରେ ପ୍ରଥମ ଥର ଉଡାଣ ଭରିଥିଲା ତେଜସ୍ । ଆଜି ତେଜସ୍ ଦେଶର ଅନ୍ୟତମ ଶକ୍ତିଶାଳୀ ଫାଇଟର ଯୁଦ୍ଧ ବିମାନ ଭାବେ ଗଣନା କରାଯାଉଛି । ଚୀନ୍ ଓ ପାକିସ୍ତାନର ଫାଇଟର ଜେଟ୍ ଥଣ୍ଡର ବାର୍ଡ ଠାରୁ ଭାରତର ତେଜସ୍ ଅନେକ ଗୁଣରେ ଆଗୁଆ ଓ ଶକ୍ତିଶାଳୀ । ଭାରତ ଯେତେବେଳେ ତେଜସକୁ ଅନ୍ତର୍ଜାତୀୟ ଏୟାରସୋରେ ଭାଗ ନେଇଥିଲା, ସେତେବେଳେ ଚୀନ୍ ଥଣ୍ଡରବାର୍ଡକୁ ଏୟାର ସୋରୁ ପ୍ରତ୍ୟାହାର କରିନେଇଥିଲା ।
ଏବେ ଆସନ୍ତୁ ଦେଖିବା ତେଜଶ କଣ ? କଣ ରହିଛି ଏହାର କ୍ଷମତା ?
ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି ଯୁଦ୍ଧବିମାନ । ଗୋଟିଏ ସିଟ୍ ଓ ଗୋଟିଏ ଜେଟ୍ ଇଂଜିନ ବିଶିଷ୍ଟ ଏହି ହାଲୁକା ଲଢୁଆ ବିମାନ । ୫୦ ହଜାର ଫୁଟ ଉଚ୍ଚରେ ଉଡି ଶତ୍ରୁ ପକ୍ଷକୁ ଧ୍ୱଂସ କରିବାର କ୍ଷମତା ରହିିଛି ଏହା ପାଖରେ । ଆକାଶରେ ଉଡାଣ ସମୟରେ ମଧ୍ୟ ଆକାଶରେ ଥିବା ଶତ୍ରୁ ପକ୍ଷର ବିମାନ ଉପରେ ଆକ୍ରମଣ କରିବା ପାଇଁ ଏଥିରେ ଡର୍ବି ମିଜାଇଲ ଖଂଜା ଯାଇଛି । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଡର୍ବି ମିଜାଇଲ ଦ୍ରୁତ ଗତିରେ ଉଡୁଥିବା ଶତ୍ରୁ ପକ୍ଷର ବିମାନକୁ ଚିହ୍ନଟ କରି ଧ୍ୱସଂ କରିପାରିବ । ଆକାଶରୁ ଭୂପୃଷ୍ଠକୁ ଆକ୍ରମଣ କରିବା ପାଇଁ ଏଥିରେ ଖଂଜା ଯାଇଛି ଲେଜର ଗାଇଡେଡ ବୋମା । ୧ହଜାର ୩ଶହ ୫୦ କିଲୋମିଟର ପ୍ରତି ଘଂଟା ବେଗରେ ୨ ହଜାର ୩ଶହ କିଲୋମିଟର ଦୂରତା ଅତିକ୍ରମ କରିପାରିବ ତେଜସ । ଏହାସହ ୩ ହଜାର କିଲୋଗ୍ରାମର ଯୁଦ୍ଧାସ୍ତ୍ର ବହନ କ୍ଷମତା ରହିଛି ଏହି ଯୁଦ୍ଧ ବିମାନର ।