ବିଜୟା ଦଶମୀରେ ରାଜନାଥଙ୍କ ଶସ୍ତ୍ର ପୂଜା: ପଶ୍ଚିମବଙ୍ଗର ସୁକନା ୱାର ମେମୋରିଆଲରେ ସେନା ମୁଖ୍ୟଙ୍କ ସହ କଲେ ଶସ୍ତ୍ର ପୂଜା; କହିଲେ, ସୀମାରେ ଶାନ୍ତି ଚାହେଁ ଭାରତ, ଆମର ଇଂଚେ ବି ଜମି କାହାକୁ ଛାଡିବନି ସେନା

Advertisment
ବିଜୟା ଦଶମୀରେ ରାଜନାଥଙ୍କ ଶସ୍ତ୍ର ପୂଜା: ପଶ୍ଚିମବଙ୍ଗର ସୁକନା ୱାର ମେମୋରିଆଲରେ ସେନା ମୁଖ୍ୟଙ୍କ ସହ କଲେ ଶସ୍ତ୍ର ପୂଜା; କହିଲେ, ସୀମାରେ ଶାନ୍ତି ଚାହେଁ ଭାରତ, ଆମର ଇଂଚେ ବି ଜମି କାହାକୁ ଛାଡିବନି ସେନା

କନକ ବ୍ୟୁରୋ: ବିଜୟା ଦଶମୀ ଅବସରରେ ଚୀନକୁ ପ୍ରତିରକ୍ଷା ମନ୍ତ୍ରୀଙ୍କ କଡା ଜବାବ । ଶସ୍ତ୍ରପୂଜା କରିବା ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ହେଲେ ବିଭିନ୍ନ ସମୟରେ ଚୀନ ସେନା ନିୟମ ଉଲଂଘନ କରୁଛନ୍ତି । ତେବେ ଭାରତୀୟ ସେନା ଭାରତର ଗୋଟିଏ ଇଂଚ ଜମିକୁ କାହାକୁ ଦଖଲ କରିବାକୁ ଦେବେ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ।

ଗଲୱାନରେ ଚୀନ ସେନାର ବିଶ୍ୱାସଘାତ କରିବା ପ୍ରସଙ୍ଗ ଉଠାଇ ରାଜନାଥ କହିଛନ୍ତି, କିଛି ଦିନ ତଳେ ଭାରତ ଚୀନ ସୀମାରେ ଆମ ଦେଶର ଯବାନମାନେ ଯେଉଁ ସାହାସିକତା ପ୍ରଦର୍ଶନ କରିଛନ୍ତି, ଭବିଷ୍ୟତରେ ଯେତେବେଳେ ଇତିହାସ ଲେଖାଯିବ ସେତେବେଳେ ଭାରତୀୟ ସେନାର ବୀରତ୍ୱ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ । ବିଜୟାଦଶମୀ ପାଇଁ ରାଜନାଥ ସିଂ ଏବେ ପଶ୍ଚିମବଙ୍ଗ ଓ ସିକ୍କିମ ଗସ୍ତରେ ଅଛନ୍ତି । ଏହି ଅବସରରେ ପଶ୍ଚିମବଙ୍ଗର ଦାର୍ଜିଲିଙ୍ଗ ସୁକମା ଯୁଦ୍ଧ ସ୍ମାରକୀରେ ସେନାମୁଖ୍ୟଙ୍କ ସହ ମିଶି ରାଜନାଥ ଏହି ଶସ୍ତ୍ର ପୂଜା କରିଛନ୍ତି ।

ବିଜୟା ଦଶମୀରେ ରାଜନାଥଙ୍କ ଶସ୍ତ୍ର ପୂଜା । ସେନାମୁଖ୍ୟଙ୍କ ସହ ମିଶି ସେ ଏହି ଶସ୍ତ୍ର ପୂଜା କରିଛନ୍ତି । ଏହି ଅବସରରେ ରାଜନାଥ ସିଂ କହିଛନ୍ତି, ଚୀନ ସହ ଉତେଜନା କମ କରିବା ଓ ସଂପୃକ୍ତ ଅଂଚଳରେ ଶାନ୍ତି ପ୍ରତିଷ୍ଠା ପାଇଁ ଭାରତ ଚାହୁଁଛି । ଭାରତର ଗୋଟିଏ ଇଂଚ ଜମିକୁ କାହାକୁ ଦିଆଯିବ ନାହିଁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ବିଜୟାଦଶମୀ ପାଇଁ ରାଜନାଥ ସିଂ ଏବେ ପଶ୍ଚିମବଙ୍ଗ ଓ ସିକ୍କିମ ଗସ୍ତରେ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe