କାରଗିଲ ବିଜୟ ଦିବସରେ ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ: ଅମର ଯବାନ ଜ୍ୟୋତି ଓ ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି

Advertisment
କାରଗିଲ ବିଜୟ ଦିବସରେ ବୀର ସହିଦଙ୍କୁ ଦେଶ ଜଣାଉଛି ସମ୍ମାନ: ଅମର ଯବାନ ଜ୍ୟୋତି ଓ  ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି

କନକ ବ୍ୟୁରୋ: ଆଜି କାର୍ଗିଲ ବିଜୟ ଦିବସ । ୧୯୯୯ ଜୁଲାଇ ଆଜିର ତାରିଖରେ ଭାରତୀୟ ସେନାର ଅପରେସନ ବିଜୟର ସଫଳତାକୁ ପୁରିଲା ୨୦ ବର୍ଷ । ସେତେବେଳେ ଯୁଦ୍ଧରେ ପାକିସ୍ତାନୀ ଅନୁପ୍ରବେଶକାରୀ ଭାରତର ସୀମାରେ ପଶି ଦଖଲ କରିଥିବା ସମସ୍ତ ଘାଟିକୁ ପୁଣି ଥରେ ମୁକ୍ତ କରିଥିଲା ଭାରତୀୟ ସେନା । ଯୁଦ୍ଧ ଷାଠିଏ ଦିନ ପର୍ଯ୍ୟନ୍ତ ଚାଲିଥିଲା । କାରଗିଲ ଯୁଦ୍ଧ ଥିଲା ଭାରତ ଓ ପାକିସ୍ତାନ ମଧ୍ୟରେ ଚତୁର୍ଥ ଘୋଷିତ ଯୁଦ୍ଧ । ଏହି ଯୁଦ୍ଧରେ ସହିଦ ହୋଇଥିଲେ ୫୨୭ ଜଣ ଯବାନ । ଆଜି କାର୍ଗିଲ ବିଜୟ ଦିବସକୁ ଦେଶର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି । ଏହି କ୍ରମରେ ଜାମ୍ମୁ କାଶ୍ମୀରର ଦ୍ରାସ୍ ସେକ୍ଟରରେ ଭାରତୀୟ ସେନା ପାଳନ କରିଛି କାର୍ଗିଲ୍ ବିଜୟ ଦିବସ ।

publive-image

ସହିଦ ଜବାନଙ୍କ ପରିବାର ସହ ଭାରତୀୟ ସେନାର ସାହସିକତା ଓ ବଳିଦାନର ସ୍ମୃତିକୁ ତାଜା କରିଛି ସେନା । ୧୯୯୯ ଯୁଦ୍ଧ ଲଢିଥିବା ସେନା ସେ ହି ଦିନର ଯୁଦ୍ଧର ଭୟଙ୍କର ସ୍ଥିତି ଓ ଭାରତୀୟ ଯବାନଙ୍କ ବଳିଦାନକୁ ମନେ ପକାଇଛନ୍ତି । ସହିଦଙ୍କ ସାହସିକତା ଓ ଦେଶପାଇଁ ବଳିଦାନକୁ ମନେ ପକାଇ ବେଶ୍ ଗର୍ବିତ ଅନୁଭବ କରୁଥିବା କହିଛନ୍ତି । ଆଜି ଦିଲ୍ଲୀ ଇଣ୍ଡିଆ ଗେଟ୍ ନିକଟରେ ଅମର ଜ୍ୟୋତି ଠାରେ ବୀର ଜବାନଙ୍କୁ ଶ୍ରଦ୍ଧାଂଜଳି ଦେଉଛନ୍ତି ବିଶିଷ୍ଟ ବ୍ୟକ୍ତି । ସେହିପରି ଦିଲ୍ଲୀର ୱାର ମୋମୋରିଆଲ୍ ରେ ସହିଦ ଜବାନଙ୍କ ସ୍ମୃତି ସ୍ତମ୍ଭରେ ଶ୍ରଦ୍ଧାଂଜଳି ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଆଜି ଇଣ୍ଡିଆ ଗେଟ୍ ଓ ୱାର ମେମୋରିଆଲ୍ ଠାରେ ସ୍ୱତନ୍ତ୍ର ଶ୍ରଦ୍ଧାଂଜଳି କାର୍ଯ୍ୟକ୍ରମ ଆୟୋଜନ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe