କନକ ବ୍ୟୁରୋ : ପାକ୍ ଅଧିକୃତ କାଶ୍ମୀର ତଥା ପିଓକେକୁ ନେଇ ବଡ ବୟାନ ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ପାକିସ୍ତାନ ଉପରେ ବର୍ଷିବା ସହ ରାଜନାଥ ସିଂ କହିଛନ୍ତି, ପିଓକେରେ ପାକିସ୍ତାନ ଲୋକଙ୍କ ଉପରେ ଅତ୍ୟାଚାର କରୁଛି । ଯାହାର ପରିଣାମ ପାକିସ୍ତାନକୁ ଭୋଗିବାକୁ ପଡିବ । ପିଓକେକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ଆଣିବ ବୋଲି ସଙ୍କେତ ଦେଇ ରାଜନାଥ କହିଛନ୍ତି, ଜାମ୍ମୁ କାଶ୍ମୀର ଏବଂ ଲଦାଖରେ ଆମେ ଏବେ ବିକାଶ ଯାତ୍ରା ଆରମ୍ଭ କରିଛୁ ।
ପିଓକେରେ ଗିଲଗିଟ୍ ଏବଂ ବାଲିତସ୍ତାନ ଏହି ବିକାଶ ପ୍ରକ୍ରିୟାରେ ସାମିଲ ହେବା ପରେ ହିଁ ଆମେ ବିକାଶର ପୂର୍ଣ୍ଣାଙ୍ଗ ଲକ୍ଷ୍ୟ ହାସଲ କରିପାରିବୁ । ଗିଲଗିଟ୍ ଏବଂ ବାଲିତସ୍ତାନରେ ପହଂଚିବା ପରେ ଜାମ୍ମୁ କାଶ୍ମୀର ଏବଂ ଲଦାଖ ଭଳି ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ପୁର୍ଣ୍ଣାଙ୍ଗ ବିକାଶ ହୋଇପାରିବ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଶ୍ରୀନଗର ଗସ୍ତରେ ଥିବା ରାଜନାଥ ସିଂ ଗତକାଲି ଭାରତୀୟ ସେନାଙ୍କ ଦ୍ୱାରା ଆୟୋଜିତ ‘ସୈାର୍ଯ୍ୟ ଦିବସ’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏଭଳି ମନ୍ତବ୍ୟ ଦେଇଛନ୍ତି । ଏହା ପରେ ଲଦାଖ ଲେହକୁ ଦୁଇ ଦିନିଆ ଗସ୍ତରେ ଯିବାର ସୂଚନା ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/3-45.jpg)