ଦେଶ ପାଇଁ ବଳିଦାନ ଦେଇଥିବା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଜନାଥ । ଆଜି ପ୍ରତିରକ୍ଷା ମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ରାଜନାଥ ସିଂ ଦିଲ୍ଲୀ ସ୍ଥିତ ନ୍ୟାସନାଲ ୱାର ମେମୋରିଆଲ ଯାଇ ସହିଦଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ଏହି ସମୟରେ ରାଜନାଥ ସିଂହଙ୍କ ସହ ଆର୍ମି ଚିଫ ଜେନେରାଲ ବିପିନ ରାୱତ, ଚିଫ୍ ମାର୍ସଲ ବିଏସ ଧନୋଆ, ନାଭି ଚିଫ ଆଡମିରାଲ କରମବୀର ସିଂହ ଉପସ୍ଥିତ ରହିଥିଲେ ।
ନ୍ୟାସନାଲ ୱାର ମେମୋରିଆଲ ବୁଲିବା ପରେ ତିନି ସେନାପ୍ରମୁଖଙ୍କ ସହ କିଛି ସମୟ ଆଲୋଚନା କରିଛନ୍ତି ରାଜନାଥ ସିଂ । ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ବିଭାଗ ବଣ୍ଟନ ପରେ ରାଜନାଥ ସିଂହଙ୍କୁ ପ୍ରତିରକ୍ଷା ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ପ୍ରତିରକ୍ଷାମନ୍ତ୍ରୀ ଥିବା ନିର୍ମଳା ସୀତାରମଣଙ୍କ ପରେ ଏବେ ମନ୍ତ୍ରାଳୟର ଦାୟିତ୍ୱ ନେବେ ରାଜନାଥ । ମୋଦିଙ୍କ ପ୍ରଥମ ପାଳିରେ କେନ୍ଦ୍ର ଗୃହମନ୍ତ୍ରୀ ଦାୟିତ୍ୱ ତୁଲାଇଥିବା ବରିଷ୍ଠ ବିଜେପି ନେତା ରାଜନାଥ ସିଂ ଆଜି ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବେ ।
Follow Us
/kanak/media/post_attachments/wp-content/uploads/2019/06/01rajnath-300x177.jpg)