ବିଶ୍ୱ ଦେଖିବ ଭାରତର ଡ୍ରୋନ୍ ଶକ୍ତି । ଆକାଶମାର୍ଗରେ କଳା ପ୍ରଦର୍ଶନ କରିବ ସ୍ୱଦେଶୀ ଡ୍ରୋନ୍

144

କନକ ବ୍ୟୁରୋ : ବିଶ୍ୱ ଦେଖୁଛି ଭାରତର ଶକ୍ତି । ବାୟୁସେନା ପକ୍ଷରୁ ହିଂଡେନ୍ ଏୟାରବେସରେ ଅନୁଷ୍ଠିତ ହୋଇଛି ଡ୍ରୋନ୍ ଶୋ’ । ଉତ୍ତରପ୍ରଦେଶର ସ୍ଥିତ ହିଂଡେନ୍ ଏୟାରବେସରେ ଭାରତର ସ୍ୱଦେଶୀ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଡ୍ରୋନ୍ କ୍ଷେତ୍ରରେ ଭାରତ କେତେ ସୁଦୃଢ ହୋଇପାରିଛି ତାହା ହିଂଡେନ୍ ଏୟାରବେସରେ ଦେଖିବାକୁ ମିଳିଛି ।

ଭାରତୀୟ ବାୟୁସେନା ସହ ମିଶି ଭାରତୀୟ ଡ୍ରୋନ୍ ସଂଘ ଭାରତ ଡ୍ରୋନ୍ ଶକ୍ତି-୨୦୨୩’ ଆୟୋଜନ କରିଛି । ଆଉ ଏହାକୁ ଉଦଘାଟନ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଏହି ଡ୍ରୋନ୍ ସୋରେ ବାୟୁସେନା ମୁଖ୍ୟ ବି.ଆର୍ ଚୌଧୁରୀ ମଧ୍ୟ ସାମିଲ ରହିଛନ୍ତି । ଡ୍ରୋନ୍ ସହାୟତାରେ ମେଡିକାଲ ସହାୟତାଠୁ ଆରମ୍ଭ କରି ସର୍ଚ୍ଚ ଅପରେସନ୍, ସେନାଙ୍କ ପାଖରେ ଜରୁରୀ ସାମଗ୍ରୀ ପହଞ୍ଚାଇବା ଭଳି ଦକ୍ଷତା ପ୍ରଦର୍ଶନ କରିଛନ୍ତି ଡ୍ରୋନ୍ ସଂଘ । ତେବେ ଏହି ଡ୍ରୋନ୍ ଶୋ’ ଆଗାମୀ ଦୁଇ ଦିନ ଯାଏଁ ଜାରି ରହିବ । ପ୍ରତିରକ୍ଷା କ୍ଷେତ୍ରରେ ଡ୍ରୋନ୍ କେତେ ଉପଯୋଗୀ, ତାହା ଏଠାରେ ପ୍ରଦର୍ଶୀତ କରାଯିବ ।

ଅନ୍ୟପଟେ, ଭାରତକୁ ଆସିବାକୁ ଥିବା ସି-୨୯୫ ଏୟାରକ୍ରାପ୍ଟକୁ ଔପଚାରିକ ଭାବେ ଭାବେ ଭାରତୀୟ ସେନାରେ ସାମିଲ କରାଯିବାର ଯୋଜନା ରହିଛି । ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଔପଚାରିକ ଭାବେ ସି-୨୯୫କୁ ଭାରତୀୟ ବାୟୁସେନାରେ ସାମିଲ କରିପାରନ୍ତି ।