ସିୟାଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିବା ସହ କଲେ ଆଲୋଚନା

109

କନକ ବ୍ୟୁରୋ : ସିୟାଚୀନରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିବା ସହ କଲେ ଆଲୋଚନା । ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଲଦାଖରେ ପହଁଚିବା ପରେ ସିୟାଚେନ୍ ଗ୍ଲେସିୟରକୁ ଯାଇ ସୀମା ସଶସ୍ତ୍ର ବଳର ଯବାନ ମାନଙ୍କୁ ଭେଟିଛନ୍ତି । ବିଯୁକ୍ତ ତାପମାତ୍ରାରେ ଦେଶସେବାରେ ନିୟୋଜିତ ଏହି ଯବାନ ମାନଙ୍କ ବୀରତ୍ୱକୁ ପ୍ରଶଂସା କରିବା ସହିତ ମିଠା ଖୁଆଇ ଅଧିକ ଆଲୋଚନା କରିଛନ୍ତି । ଏହି ଅବସରରେ ଯବାନ ମାନଙ୍କୁ ସମ୍ବୋଧନ କରଛନ୍ତି ରାଜନାଥ ସିଂ । ଦେଶରେ ଦୀପାବଳୀ ପାଳନ ଅବସରରେ ପ୍ରଥମ ଦୀପ ଏବଂ ହୋଲିରେ ପ୍ରଥମ ରଙ୍ଗ ଯବାନଙ୍କ ନାମରେ ହେବା ଉଚିତ୍ ବୋଲି କହିଛନ୍ତି କେନ୍ଦ୍ର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ।