ଭାରତ ବଢାଉଛି ପ୍ରତିରକ୍ଷା ସାମର୍ଥ୍ୟ। ନୌସେନାରେ ସାମିଲ ହେଲା ଆଇଏନଏସ୍ ‘ଖଣ୍ଡୁରୀ’। ଭବିଷ୍ୟତରେ ୨୬/୧୧ ଭଳି ଆକ୍ରମଣକୁ ଜଳପଥରେ ପ୍ରତିହତ କରିବ ଅନ୍ୟାଧୁନିକ ଯୁଦ୍ଧ ଜାହାଜ

ପି-୧୭ ଏ ସିରିଜର ଆଇଏନଏସ 'ନୀଳଗିରି' ବି ସାମିଲ

238

କନକ ବ୍ୟୁରୋ: ଭାରତ ବଢ଼ାଉଛି ପ୍ରତିରକ୍ଷା ସାମର୍ଥ୍ୟ । ନୌସେନାରେ ସାମିଲ ହେଲା ବୁଡା ଜାହାଜ ଆଇଏନଏସ ଖଣ୍ଡୁରୀ । ସ୍କର୍ପିଅନ ଶ୍ରେଣୀର ଏହା ହେଉଛି ଦ୍ୱିତୀୟ ବୁଡା ଜାହାଜ । ସେପଟେମ୍ବର ୧୯ରେ ଏହା ନୌସେନାକୁ ହସ୍ତାନ୍ତାର କରାଯାଇଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହାକୁ ନୌସେନାରେ ସାମିଲ କରିଛନ୍ତି । ଫ୍ରାନ୍ସ ଜ୍ଞାନକୌଶଳୀରେ ମୁମ୍ବାଇରେ ନିର୍ମିତ ଏହି ଜାହାଜର ଓଜନ ୧୭ ଶହ ୭୫ ଟନ୍ ।

ପାଣି ଭିତରେ ଘଂଟାପ୍ରତି ୩୭ କିଲୋମିଟର ବେଗରେ ଏହା ଗତି କରିବ  ଏହା ଭିତରେ ଲାଗିଛି ମାଗ୍ନେଟାଇଜଡ ପ୍ରପଲସନ ମୋଟର । ଫଳରେ ଜାହାଜର ଏ଼ ବାହାରକୁ ଆସିବ ନାହିଁ  । ଭବିଷ୍ୟତରେ ୨୬/୧୧ ଭଳି ଆକ୍ରମଣକୁ ଜଳପଥରେ ପ୍ରତିହତ କରିବ ଏହି ଅତ୍ୟାଧୁନିକ ଯୁଦ୍ଧ ଜାହାଜ ।  ଖଣ୍ଡୁରୀ ବ୍ୟତୀତ  ପି-୧୭ ଏ ସିରିଜର ପ୍ରଥମ ଯୁଦ୍ଧ ଜାହାଜ ନୀଳଗିରିକୁ ମଧ୍ୟ ନୌସେନାରେ ସାମିଲ କରି ଗ୍ରୀନ ସିଗନାଲ ଦେଖାଇଛନ୍ତି ରାଜନାଥ ।