ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ମିଲିଟାରି ଅସ୍ତ୍ରଶସ୍ତ୍ର ନିର୍ମାଣ ପାଇଁ ୭୦ ହଜାର କୋଟିର ପ୍ୟାକେଜକୁ ପ୍ରତିରକ୍ଷା ବିଭାଗର ମଞ୍ଜୁରୀ

97

କନକ ବ୍ୟୁରୋ : ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେଉଛି ଭାରତ । ମିଲିଟାରି ଅସ୍ତ୍ରଶସ୍ତ୍ର ପାଇଁ ପୂର୍ବ ଭଳି ଆମେରିକା, ଋଷ, ଫ୍ରାନ୍ସ, ଇସ୍ରାଇଲ ଉପରେ ନିର୍ଭନ ନକରି ଭାରତ ସମସ୍ତ ଅସ୍ତ୍ରଶସ୍ତ୍ର ନିଜେ ପ୍ରସ୍ତୁତ କରିବା ଆରମ୍ଭ କରିଦେଇଛି । ଏକ୍ଷେତ୍ରରେ ଏକ ବଡ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ବ୍ରହ୍ମୋଶ ମିସାଇଲ, ଆଧୁନିକ ତୋପ, ଧ୍ରୁବ ହେଲିକ୍ୟାପ୍ଟର ସହ ଅନ୍ୟାନ୍ୟ ମିଲିଟାରୀ ଯୁଦ୍ଧାସ୍ତ୍ର ନିର୍ମାଣ ପାଇଁ ୭୦ ହଜାର ୫୫୦ କୋଟି ଟଙ୍କାର ବଜେଟକୁ ଅନୁମତି ଦେଇଛି ପ୍ରତିରକ୍ଷା ବିଭାଗ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଙଥ ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ବିଭାଗରେ ହୋଇଥିବା ଉଚ୍ଚସ୍ତରୀୟ ବୈଠକରେ ଏହାକୁ ମଞ୍ଜୁରୀ ମିଳିଛି । ମେକ-ଇନ୍-ଇଣ୍ଡିଆ ଅଭିଯାନରେ ଏସବୁ ଅସ୍ତ୍ରଶସ୍ତ ନିର୍ମାଣ ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଛନ୍ତି ।