କନକ ବ୍ୟୁରୋ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବଢିଲା ଅଡୁଆ । ସୁରଟ ସେସନ୍ସ କୋର୍ଟରୁ ମିଳିଲାନି ଆଶ୍ୱସ୍ତି । ରାହୁଲ ଗାନ୍ଧୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି ଗୁଜରାଟ, ସୁରଟର ସେସନ୍ସ କୋର୍ଟ । ଆଜି ରାହୁଲ ଗାନ୍ଧୀ ଗୁଜରାଟ ହାଇକୋର୍ଟରେ ସୁରଟ ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିପାରନ୍ତି । ୨୦୧୯ ମସିହାରେ ‘ମୋଦୀ ସାଙ୍ଗିଆ’କୁ ନେଇ ରାହୁଲ ଦେଇଥିବା ବିବାଦୀୟ ବୟାନ ମାମଲାରେ ରାହୁଲଙ୍କୁ ୨ ବର୍ଷର ଜେଲ ଦଣ୍ଡାଦେଶ ଶୁଣାଇଥିଲେ ସୁରଟ ତଳ କୋର୍ଟ । ଏହାକୁ ଚ୍ୟାଲେଞ୍ଜ କରି ଗତ ଏପ୍ରିଲ ୨ ତାରିଖରେ ସୁରଟର ଉପର କୋର୍ଟରେ ଆବେଦନ କରିଥିଲେ ରାହୁଲ । ହେଲେ ଆବେଦନକୁ ଖାରଜ କରିଦେଇଛନ୍ତି ସୁରଟ କୋର୍ଟ ।